Rfr

ଚାଷ ଋତୁ ରେ ବର୍ଷାଭାବ, କେନାଲରେ ପାଣି ଛାଡ଼ିବା ସହ ଲିଫ୍ଟ ପଏଣ୍ଟ ଗୁଡ଼ିକୁ କାର୍ଯ୍ୟକ୍ଷମ ପାଇଁ ଦାବି

State

ଆଗରପଡ଼ା :କୃଷି ଓ କୃଷକର ମହାନ ଋତୁ ଚାଷ ଋତୁ ଆସିଲାଣି । ଚାଷୀ ମାନେ ପବିତ୍ର ଅକ୍ଷୟ ତୃତୀୟା ପରଠାରୁ ନିଜ ନିଜର କ୍ଷେତକୁ ଚଷି ସେଥିରେ ଧାନ ବିହନ ବୁଣିଛନ୍ତି । ହେଲେ ମୌସୁମୀର ଲୁଚକାଳି ଖେଳଯୋଗୁଁ ବର୍ଷାଭାବ ଦେଖାଯାଇଛି । ବର୍ଷାକୁ ଅନାଇ ଚାଷୀ ନିଜର ବିଲରେ ବୁଣିଥିବା ଧାନ ଗଜାହେବା ସହ କେତେକ ବିଲରେ ମଧ୍ୟ ଧାନଗଛ ସ୍ୱଳ୍ପ ପରିମାଣ ରେ ଉଠିଥିବାର ଲକ୍ଷ୍ୟ କରାଯାଇଛି । ଚାଷୀ ନିଜର ଧାନକ୍ଷେତକୁ ପରିଦର୍ଶନ କରି ବର୍ଷାଭାବରୁ ଦେଖାଯାଇଥିବା ସମସ୍ୟାକୁ ଦେଖି ମୁଣ୍ଡରେ ହାତ ଦେଇଛି । ଅନ୍ୟପକ୍ଷରେ ଏଥର ବର୍ଷାର ପରିମାଣ କମ୍ ଥିବାରୁ ଚାଷ ଜମିକୁ ଜଳସେଚନ ର ବ୍ୟବସ୍ଥା ପାଇଁ ଦାବି ହେଉଛି । ଜଳ ସେଚନର ବ୍ୟବସ୍ଥା ପାଇଁ ଉଦ୍ଧିଷ୍ଟ ଥିବା଼ ହଦଗଡ଼ ଡ଼୍ୟାମ ,ବିଦ୍ୟାଧରପୁରର ଜଳସେଚନ ପ୍ରକଳ୍ପ,ଚ୍ୟାକ୍ ଡ଼୍ୟାମ ଗୁଡ଼ିକରୁ ଜଳ ଛାଡ଼ିବାକୁ ଦାବି ହୋଇଛି । ଉକ୍ତ ଡ଼୍ୟାମରୁ ମଧ୍ୟ ବିଭିନ୍ନ ଧାନ କ୍ଷେତ କୁ ଜଳ ସେଚନ ର ସୁବିଧା ପାଇଁ ଉଦ୍ଧିଷ୍ଠ ଥିବା ମୁଖ୍ୟ କେନାଲ,ଶାଖା କେନାଲ , କାଡ଼ା ନାଳ,ନଦୀବନ୍ଧ ଗୁଡ଼ିକର ମରାମତିି ପାଇଁ ଦାବି ହେଉଛି । ବର୍ତମାନ ଚାଷ ଋତୁ ଆସିଥିବା ରୁ ଚାଷ ଓ ଚାଷୀର ଉନ୍ନତି ପାଇଁ ଜଳସେଚନ ବିଭାଗ ପକ୍ଷରୁ ଜଳସେଚନର ସୁ ବ୍ୟବସ୍ଥା ପାଇଁ ଚାଷୀ ମହଲରେ ଦାବି ହେଉଛି । ଅନ୍ୟପକ୍ଷରେ ଅଣ ଜଳସେଚିତ ଧାନକ୍ଷେତ ଗୁଡ଼ିକରେ ଜଳ ସେଚନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବସାଯାଇଥିବା ଲିପ୍ଟ ପଏଣ୍ଟ ଗୁଡ଼ିକ ସଚଳ ନହୋଇ ପଡ଼ିରହିଛି । କେତେକ ପଏଣ୍ଟ କୁ କେଉଁଠି ବିଦ୍ୟୁତ୍ ସଂଯୋଗ ହୋଇନି ତ କେଉଁଠି ବିଦ୍ୟୁତ୍ ସଂଯୋଗ ହୋଇ ମଧ୍ୟ ଅଚଳାବସ୍ଥାରେ ପଡ଼ି ରହିଥିବାର ଅଭିଯୋଗ ହେଉଛି । ବର୍ତମାନ ବର୍ଷା ଋତୁ ଚାଲିଥିବାରୁ ସ୍ୱଳ୍ପ ବର୍ଷାକୁ ନେଇ ବିଭିନ୍ନ ଧାନକ୍ଷେତକୁ ସଂଯୋଗ କରିଥିବା କେନାଲରେ ପାଣିଛାଡ଼ିବା ସହ ବସିଥିବା ଲିପ୍ଟ ପଏଣ୍ଟ ଗୁଡ଼ିକୁ କାର୍ଯ୍ୟକ୍ଷମ ପାଇଁ ଚାଷୀ ମହଲରେ ଦାବି ହେଉଛି ।