Photo For The News Of Sradhabarsika

ପୂଣ୍ୟାତ୍ମାଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ପାଳିତ

State

ଆଗରପଡ଼ା :ବର୍ତମାନର ଯୁବଶକ୍ତି ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମହାନ ଜୀବନ ଦର୍ଶନରେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରାଯାଇପାରିବ ବୋଲି ତାଙ୍କର ୯୬ତମ ଶ୍ରାଦ୍ଧ ବାର୍ଷିକରେ ଉପସ୍ଥିତ ବ୍ୟକ୍ତିମାନେ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବନ୍ତ ବ୍ଲକ ନିମାପଡ଼ା ସ୍ଥିତ ଜିଜ୍ଞାସା ପାଠାଗାର ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଜ୍ଞଳି ସଭା ରେ ସର୍ବପ୍ରଥମେ ପୂଣ୍ୟାତ୍ମା ଙ୍କ ଫଟୋ ଚିତ୍ରରେ ଭକ୍ତି ପୁତତ୍ତମାଲ୍ୟାର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ପୂର୍ବକ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକ ଜ୍ଞାନଦା କରଶର୍ମାଙ୍କ ପୈାରହିତ୍ୱରେ ଅନୁଷ୍ଠିତ ଶ୍ର।।ଦ୍ଧ ବାର୍ଷିକରେ ସମାଜସେବୀ ରବିନ୍ଦ୍ର ରାଉତ ,ଶିକ୍ଷକ ସୁଭେନ୍ଦୁ ବିଶ୍ୱାଳ, କଲ୍ୟାଣ ରାଉତରାୟ, ମହେଶ୍ୱର ମଲ୍ଲିକ ପ୍ରମୁଖ ନିଜ ବକ୍ତବ୍ୟରେ ଏହି ମହାନ ଦେଶ ସେବକ ତାଙ୍କ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଦେଶର କୋଣ ଅନୁକୋଣରେ ବସବାସ କରୁଥିବା ନିଶ୍ୱ, ଦରିଦ୍ର ବ୍ୟକ୍ତିଙ୍କର ସେବାରେ ନିଜକୁ ନିୟୋଜିତ କରି ଅପାର ଆନନ୍ଦ ପାଉଥିଲେ । ଆଜି ଆମ୍ଭେମାନେ ତାଙ୍କର ସେହି ମହାନ ଆଦର୍ଶକୁ ପ୍ରାଥେୟକରି ଦରିଦ୍ର ନାରାୟଣ ଙ୍କ ସେବାରେ ନିଜକୁ ନିୟୋଜିତ କରିବାର ସମୟ ଆସିଛି ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।ଏହି ଅବସରରେ ତାଙ୍କର ମହାନ ଦେଶାତ୍ମକ କବିତା “ ମିଶ ୁମୋର ଦେହ ଏ ଦେଶ ମାଟିରେ ‘କୁ ସମବେତ ଭାବେ ଛାତ୍ରଛାତ୍ରୀ ମାନେ ଗାନ କରିିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିବା ସହ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।