Mahanadi 1712477652

ଜେଜେର ଦଶ କାମ ବେଳେ ମହାନଦୀରେ ବୁଡି ନାତିର ମୃତ୍ୟୁ

State

କଟକ : ଜେଜେର ଦଶ କାମ ବେଳେ ମହାନଦୀରେ ବୁଡି ନାତିଙ୍କର ମୃତ୍ୟୁ । କଟକ ତୁଳସୀପୁର ହାତୀ ଗଡାରେ ବୁଡି ଯୁବକ ମୃତ୍ୟୁ । ଆଜି ମଧ୍ୟାହ୍ନ ସମୟରେ କଟକ ସିଡିଏ ଅଞ୍ଚଳର ୨୨ ବର୍ଷୀୟ ଯୁବକ ରୂପକ ବାନାର୍ଜୀ ନିଜର ଜେଜେଙ୍କ ଦଶ କାର୍ଯ୍ୟ ପାଇଁ ତୁଠକୁ ଆସିଥିଲେ । ଏହି ସମୟରେ ରୂପକ ମହାନଦୀରେ ବୁଡି ଯାଇଥିଲେ ।

ପରିବାର ଲୋକେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନଥିଲା । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅଧା ଘଣ୍ଟା ଖୋଜିବା ପରେ ଅଗ୍ନିଶମ ବାହିନୀ ଦ୍ୱାରା ଯୁବକଙ୍କୁ ଉଦ୍ଧାର କରାଯାଇ କଟକ ଏସିବିକୁ ଚିକିତ୍ସା ଲାଗି ପଠା ଯାଇଥିଲା । କଟକ ଏସିବିରେ ଡାକ୍ତର ରୂପକଙ୍କୁ ମୃତ ଘୋଷଣା କରିଥିଲେ ।