Image 1712471370

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

Politics State

ଭୁବନେଶ୍ଵର: ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ଶହ ଶହ କର୍ମୀଙ୍କ ମଧ୍ୟରେ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ । ଆଜି ସକାଳୁ ସକଳୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ । ସୋସିଆଲ ମିଡିଆରେ ଇସ୍ତଫା ନେଇ ସୂଚନା ଦେଇଥିଲେ ଲେଖାଶ୍ରୀ ।

ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି ଯେ, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ । ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବଶ୍ୱ ଦେଇଛି, ଓଡ଼ିଶାବାସୀଙ୍କ ସେବା କରିବାର ଇଚ୍ଛା ଥିଲା କିନ୍ତୁ ବିଜେପି ସେ ଅବଶର ଦେଲାନି । ଏତେ ପରିଶ୍ରମ କରିକି ବି ଦଳ ମୋ ଉପରେ ଭରସା କଲେନି । ସେଥିପାଇଁ ଆଗକୁ ବଢ଼ିବା ପାଇଁ ନିଷ୍ପତି ନେଲି । ତେଣୁ ଆସି ବିଜେଡିରେ ସାମିଲ ହେଲି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଚିନ୍ତାଧାରା ମୋତେ ବିଜେଡିରେ ସାମିଲ ହେବାକୁ ପ୍ରେରଣା ଦେଲା । ଏପରିକି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ତେବେ ଦଳରେ ଗୁଣ୍ଡୁଚି ମୂଷା ଭଳି କାମ କରିବି । ଦଳ ମୋତେ ଯାହା ଦାୟିତ୍ୱ ଦେବ ନିଷ୍ଠାର ସହ ତାହା ପାଳନ କରିବି ବୋଲି କହିଛନ୍ତି ଲେଖାଶ୍ରୀ ।

ସୂଚନାଯୋଗ୍ୟ, ଆଜି ସକାଳୁ ଲେଖାଶ୍ରୀ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏନେଇ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ । ବିଜେପିରେ ଉପସଭାପତି ଥିଲେ ଲେଖାଶ୍ରୀ ।