Img 20240829 Wa0268

ଉତ୍ତମ ଚିକିତ୍ସା ପ୍ରଦାନ ଦାଵୀ ରେ ଭଞ୍ଜସେନା ପକ୍ଷରୁ ବାଙ୍ଗରିପୋଷୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମୁଖରେ ବିକ୍ଷୋଭ

State

ବାରିପଦା : ବାଙ୍ଗିରିପୋଷି ବ୍ଲକ ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ରେ ସୁଧାର ଆଣିବାକୁ ବହୁ ବର୍ଷ ରୁ ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସlଧିକାରୀଙ୍କ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହ ବ୍ଲକ ଘେରାଉ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ବୈଠକ କରିଛି ବାଙ୍ଗିରିପୋଷି ଭଞ୍ଜ ସେନା ଶାଖା ତା ସତ୍ତ୍ୱେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଏପର୍ଯ୍ୟନ୍ତ ରୋଗୀ ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ରେ ଶାସନ ପ୍ରଶାସନ ପକ୍ଷରୁ କୌଣସି ଉଚିତ୍ ପଦକ୍ଷେପ ନିଆ ନ ଯିବା ଦୁଃଖ ଓ ପରିତାପ ର ବିଷୟ ବୋଲି କହିଛନ୍ତି ବାଙ୍ଗିରିପୋଷି ଶାଖା ର କାର୍ଯ୍ୟକର୍ତ୍ତାଗଣl ତେଣୁ ବାଙ୍ଗିରିପୋଷି ଭଞ୍ଜସେନା ଶାଖା ପକ୍ଷ ରୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭଞ୍ଜ ସେନା ତା ସହିତ ରାଜ୍ୟ ରେ ନୂତନ ଭାବେ ଗଢିଥିବା ମୋହନ ସରକାର ଙ୍କୁ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରିଣୀଙ୍କ ମାଧ୍ୟମ ରେ ୧୦ ଦଫା ଦାବୀ ପତ୍ର ଦେଇଛି ବାଙ୍ଗିରିପୋଷି ଭଞ୍ଜ ସେନା ଶାଖା l ଭଞ୍ଜସେନା ର ଦାବୀ ଗୁଡ଼ିକ ମଧ୍ୟ ରେ ରହିଛି
୧. ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ଖାଲି ଥିବା ଡାକ୍ତର ଏବଂ କର୍ମଚାରୀ ପୂରଣ l ବାଙ୍ଗିରିପୋଷି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଅସ୍ଥି ଶଲ୍ୟ ଚିକିତ୍ସା ପାଇଁ ଜଣେ ଅସ୍ଥି ଶଲ୍ୟ ଡାକ୍ତର ନିଯୁକ୍ତି, ସର୍ଜରୀ ବିଭାଗ ରେ ଜଣେ ଡାକ୍ତର ନିଯୁକ୍ତି ସହିତ ଖାଲି ଥିବା ସମସ୍ତ ବିଭାଗ ରେ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ll
୨. ବାଙ୍ଗିରିପୋଷି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ରଞ୍ଜନ ରଶ୍ମୀ (X-Ray) ଏବଂ ଅଲଟ୍ରାସାଉଣ୍ଡ ର ବ୍ୟବସ୍ଥା ସହ ଟେକନିସିଆନ ନିଯୁକ୍ତି l
୩. ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ୫ ଟଙ୍କିଆ ଆହାର କେନ୍ଦ୍ର ର ବ୍ୟବସ୍ଥା ସହ ମିଶନ ଶକ୍ତି କାଫେ ର ବ୍ୟବସ୍ଥା l
୪. ରୋଗୀ ଙ୍କୁ ନିମ୍ନ ମାନ ର ଆହାର ପ୍ରଦାନ ବଦଳ ରେ ପୌଷ୍ଟିକ ଆହାର ପ୍ରଦାନ l
୫. ଗୋଟେ ALS ଏବଂ ଗୋଟିଏ BLS ଆମ୍ବୁଲାନ୍ସ ର ବ୍ୟବସ୍ଥା ସହ ତାର ସୁପରିଚାଳନା l
୬. ପୁରାତନ RKS କୁ ଭାଙ୍ଗି ଗୋଟିଏ ନୂତନ RKS ର ଗଠନ l
୭. ଆପାତକାଳୀନ ଚିକିତ୍ସା ପାଇଁ ଗୋଟେ ଆପାତକାଳୀନ ବିଭାଗ ସହିତ ଏମରର୍ଜେନ୍ସି ଶଯ୍ୟା ର ସୁବିଧା ଏବଂ ଗୋଟିଏ ମାଇନର ଅପରେସନ ଥିଏଟର ର ସୁବିଧା l
୮. ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ୧୦୦ ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ରେ ପରିଣତ l
୯. ଡାକ୍ତରଖାନା ପରିସର ରେ ରୋଗୀଙ୍କ ନିମନ୍ତେ ୨୪ ଘଣ୍ଟା ଆଲୋକ ଏବଂ ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା l
୧୦. ଡାକ୍ତର ଏବଂ କର୍ମଚାରୀଙ୍କ ପାଇଁ ପଯ୍ୟାପ୍ତ ନୂତନ ବାସଗୃହ ର ନିର୍ମାଣ l

ତେଣୁ ଉତ୍ତମ ଚିକିତ୍ସା ପ୍ରଦାନ ନିମନ୍ତେ ଅଗ୍ରାଧିକାର ଦେଉଥିବା ନୂତନ ଭାବେ ଗଢିଥିବା ରାଜ୍ୟସରକାରଙ୍କ ନିକଟ ରେ ଭଞ୍ଜ ସେନା ବାଙ୍ଗିରିପୋଷି ଶାଖା ପକ୍ଷ ରୁ ନିବେଦନ କରାଯାଇଛି ଯେ ଯଥାଶୀଘ୍ର ଏ ଦାବୀ ଗୁଡିକୁ ଗୁରୁତ୍ତ୍ଵ ର ସହ ନେଇ ଏହାର ସ୍ଥାୟୀ ସମାଧାନ କରନ୍ତୁ l ନଚେତ୍ ସ୍ବାସ୍ଥ୍ୟ ସେବା ଭଳି ଜନସାଧାରଣ ଙ୍କ ମୌଳିକ ସମସ୍ୟା ର ସମାଧାନ ପାଇଁ ଭଞ୍ଜ ସେନା ବାଙ୍ଗିରିପୋଷି ଶାଖା ଆଗାମୀ ଦିନ ରେ ବାଙ୍ଗିରିପୋଷି ବନ୍ଦ୍ ଡାକରା ସହ ବିଭିନ୍ନ ପ୍ରକାର ଆନ୍ଦଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି ଭଞ୍ଜ ସେନା ବାଙ୍ଗିରିପୋଷି ଶାଖା ର କାର୍ଯ୍ୟକର୍ତ୍ତା ଗଣ l ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ବାଜୁନ ହାଁସଦା , ସନ୍ତୋଷ ଗିରି , କନିକା ବୋଷ, ସତ୍ୟ ପ୍ରକାଶ ମହାନ୍ତି, ମନୋରଞ୍ଜନ ବାରିକ, ସରୋଜ ବlସ୍କେ, ବିଷ୍ଣୁ ଦାସ, ସୁମିତ୍ ପାତ୍ର,ବିଷ୍ଣୁ ସାହୁ , ନାଗେଶ୍ଵର ସିଂ, ସାବିତ୍ରୀ ସିଂ , ପପୁ ମହାନ୍ତି, ଦୀପକ ରାମ ଙ୍କ ସହିତ ଭଞ୍ଜ ସେନା ର ଶହେ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l