Img 20240829 Wa0187

ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ସୁବର୍ଣ୍ଣ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ

State

ବାରିପଦ: ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ସୁବର୍ଣ୍ଣ ଜୟନ୍ତୀ ଆସନ୍ତା ନଭେମ୍ବର ମାସ ୯ ଓ ୧୦ ତାରିଖରେ ପାଳନ ହେବ ନିମନ୍ତେ ବାଣିଜ୍ୟ ବିଭାଗର ପୂର୍ବତନ ପ୍ରଫେସର୍ ଈଶ୍ୱର ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ତକତପୁରସ୍ଥିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ବିଭିନ୍ନ ଉପବୈଠକ ମାନ ଗଠନ କରାଯାଇଛି । ସେପ୍ଟେମ୍ବର ମାସ ୨୮ ତାରିଖ ଦିନ ୧୦.୩୦ମି ସମୟରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ । ତେଣୁ ପ୍ରତ୍ୟେକ ଆଡ଼ମିଶନ ବ୍ୟାଚର ଛାତ୍ର ଛାତ୍ରୀ ଉକ୍ତ ବୈଠକ ରେ ଉପସ୍ଥିତ ରହିବାକୁ ପୂର୍ବତନ ପ୍ରଫେସର୍ ଈଶ୍ୱର ଚନ୍ଦ୍ର ଜେନା ନିବେଦନ କରିଛନ୍ତି। ବାଣିଜ୍ୟ ବିଭାଗର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ନିଆରା ଢଙ୍ଗରେ ପାଳନ ନିମନ୍ତେ ସବୁପ୍ରକାର ବ୍ୟବସ୍ଥା କରାଯାଉଛି । ତେଣୁ ବାଣିଜ୍ୟ ବିଭାଗର ପୁରୁଣା ଛାତ୍ର ଛାତ୍ରୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ସଫଳ କରିବାକୁ ଡ. ଉପେନ୍ଦ୍ର ନାଥ ସାହୁ , ଡ. ଜଗଦୀଶ ଚନ୍ଦ୍ର ଘଡେ଼ଇ , ଡ. ଅନାମ ଚରଣ ରାଉଳ ଏଵଂ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ପ୍ରମୋଦ ଚନ୍ଦ୍ର ସାହୁ, ଡ଼. ଦୀପକ କୁମାର ବେହେରା,ଡ. ରାଇମଣି ମାର୍ଣ୍ଡୀ,ଡ. ରୁପ୍ସା ମହାପାତ୍ର , ଗଣେଶ୍ୱର ଭୋଇ ଓ ଡ. ସନ୍ଦୀପ ପଟ୍ଟନାୟକ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ବାରିପଦା ବାହାରେ ରହିଯାଇଥିବା ସମସ୍ତ ପୁରାତନ ଛାତ୍ର ଛାତ୍ରୀ ସେମାନଙ୍କ ସାଙ୍ଗ ମାନଙ୍କ ସହ ଯୋଗାଯୋଗ କରିବାକୁ କଳିଙ୍ଗ କେଶରୀ ଜେନା, ଜ୍ଞାନେନ୍ଦ୍ର ପଣ୍ଡା, ପୂର୍ନେନ୍ଦୁ କୁମାର ଦାସ , ଜୀବନ ସାହୁ, ପ୍ରଦୀପ କୁମାର ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ପ୍ରଦୀପ କୁମାର ସର୍ଘରାଇ , ଅକ୍ଷୟ ଖଣ୍ଡେଲୱାଳ , ଚିନ୍ମୟୀ ଦାସ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ତ ଆଲୋକ ବାସ୍କେ,ଦେବେନ୍ଦ୍ର ଜେନା, ଅଜୟ କୁମାର ବଳ , ସୀମା ଅଗରୱାଲ୍,ପଙ୍କଜ କୁମାର ମହାପାତ୍ର, ରାକେଶ କୁମାର ବେହେରା ,ରାଜୀବ କୁମାର ପାତ୍ର, ଦୀପକ ଖଣ୍ଡେଲୱାଲ, ଅଖିଳେଶ ଶର୍ମା, ଉମେଶ ନାୟକ,ନଚିକେତା ଦାସ, ଅନ୍ତର୍ଯ୍ୟାମୀ ସାହୁ,ସୁମନ୍ତ କୁମାର ସିଂ, ବିବେକ ଦାସ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆଗକୁ ଆଗେଇ ନେବାକୁ ପ୍ରତିଶୃତି ଦେଇଥିଲେ।