Photo For The News Of Board Exam

ମାଟ୍ରିକ ପରୀକ୍ଷା ୨୦୨୪: ବନ୍ତ ବ୍ଲକର ୧୩ କେନ୍ଦ୍ରରେ ପରୀକ୍ଷା ଦେବେ ୨୪୫୫ଜଣ ଛାତ୍ରଛାତ୍ରୀ

State

ଆଗରପଡ଼ା :ରାଜ୍ୟରେ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ବନ୍ତ ବ୍ଲକର ୧୩ଟି ପରୀକ୍ଷା କେନ୍ଦ୍ରରେ ୨୪୫୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାର ସୁପରିଚାଳନା ପାଇଁ ବ୍ଲକରେ କରାଯାଇଥିବା ୨ଟି ନୋଡ଼ାଲ ସେଣ୍ଟର ବନ୍ତ ଉଚ୍ଚ ବିଦ୍ୟାଳୟ ଅଧିନରେ ୭ଟି ପରୀକ୍ଷା କେନ୍ଦ୍ର ଓ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ଅଧିନରେ ୬ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ୧୦୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥି ମଧ୍ୟରୁ ପୁରୁଷୋତ୍ତମ ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାମନ୍ଦିର ସରମରାରେ ୧୯୪,କାଦବରାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୫୯,ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାଳୟ ଅଣିଜୋରେ ୧୩୯,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରପଡ଼ାରେ ୨୨୪,କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଅଡ଼ାଳପଙ୍ଗରେ ୧୬୩ ଏବଂ କେସିଭିଏମ୍ ଆଗରପଡ଼ାରେ ୧୬୮ଜଣ ଏହିପରି ସମୁଦାୟ ୧୦୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି । ଚଳିତ ବର୍ଷ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରାର ବନ୍ଦୋବସ୍ତ କରାଯାଇଥିବା ଜଣାପଡ଼ିଛି ।