Whatsapp Image 2024 08 30 At 12.40.45 Pm

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

sports

ବାରିପଦା : ଜାତୀୟ କ୍ରୀଡା ଦିବସ ଧ୍ୟାନ ଚାନ୍ଦ ଜନ୍ମଦିନ ପାଳନ ଅବସରରେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ମା\’ କିଚକେଶ୍ୱରୀ ଭଲିବଲ ଏକାଡେମୀ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪ ଗୋଟି ଦଳ ( ମା କୀଚକେଶ୍ୱରୀ, ମୟୂରଭଞ୍ଜ ପୋଲିସ, ୫ମ ବାଟାଲିୟନ ଓ ବଡ ବ୍ରାହ୍ମଣମାରା ) ଅଂଶ ଗ୍ରହଣ କରିଥିଲେ । ଏଥିରେ ମା\’ କିଚକେଶ୍ୱରୀ ଭଲିବଳ ଦଳ ଓ ୫ମ ବାଟାଲିୟନ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏବଂ ୫ମ ବାଟାଲିୟନ, ରଙ୍ଗାମାଟିଆ ଭଲିବଳ ଦଳ ୨-୦ ସେଟରେ ମା\’ କୀଚକେଶ୍ୱରୀ ଦଳକୁ ହରାଇ ଚମ୍ପିଆନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଡି.ଏସ.ପି. ହେଡକ୍ୱାଟାର ଶ୍ରୀଯୁକ୍ତ ଦୀପକ କୁମାର ଗୋଚ୍ଛାୟତ ଏବଂ ଡି.ଏସ.ପି. ଅଜୟ କମାର ବାରିକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଅବନୀ ମୋହନ ମହାନ୍ତି, ମୟୂରଭଞ୍ଜ ଏଥଲେଟିକ ଏସୋସିଏନର ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ଦାସ ଓ ଭଲିବଲ ସେକ୍ରେଟେରୀ ପାର୍ଥ ସାରଥି ସ୍ୱାଇଁ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ସମ୍ମାନୀତ ଅତିଥିଭାବେ ଭାନୁପ୍ରତାପ ଭଞ୍ଜଦେଓ, ନାରୟଣ ପ୍ରଦାର, ପି.ଇ.ଟି., ପ୍ରଭାସ ସାହୁ, ବରିଷ୍ଠ କ୍ରୀଡାବିତ କୁମାର ରଂଜନ ପଣ୍ଡା, ବିଜୟ କୁମାର ଦାସ ( ମଣ୍ଟୁ ଦା ) ମୁକ୍ତେଶ୍ୱର ଜୀଉ, ବିଜୟ କୁମାର ଜେନା, ବୈଦ୍ୟନାଥ ରଥ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

Whatsapp Image 2024 08 30 At 12.40.44 Pm

ଏହି ଟୁର୍ଣ୍ଣାମେଣ୍ଟକୁ ରେଫରୀଭାବେ ହରିହର ମଲ୍ଲିକ, ଦୀପକ କୁମାର ମୁଣ୍ଡା, ସ୍ନେହାଶିଷ ମହାନ୍ତ, ରଘୁନାଥ ନାଏକ, ସାମଲ ବାବୁ, ରାଜେନ୍ଦ୍ର ନାଥ ନାଏକ, ନିରଞ୍ଜନ ନାଏକ, ଚନ୍ଦ୍ରୟ ମୋହନ ଦଳେଇ ପରିଚାଳନା କରିଥିଲେ । ଶ୍ରେଷ୍ଠ ଖେଳାଳୀ ଭାବେ ଚନ୍ଦ୍ରବିନ୍ଦୁ ସେଠୀ, ଇନ୍ଦ୍ରଜିତ ଶତପଥୀ, ସଞ୍ଜୟ ମହାନ୍ତ, ଅନୀଲ ଗିରି, ଖକନ, ଓମପ୍ରକାଶ ଓ ଜୀବନଙ୍କୁ ଚୟନ କରାଯାଇଥିଲା । ୧୫ ବର୍ଷରୁ କମ ବାଳକ ଭଳିବଳ ଟୁର୍ଣ୍ଣାମେଣ୍ଟରେ ବଇଂଚା ଭଳିବଳ ଦଳ ଚମ୍ପିୟାନ ହୋଇଥିବା ବେଳେ ବଡବ୍ରାହ୍ମଣମାରା ରନର୍ସ ଅଫ୍ ହୋଇଥିଲେ । ମୟୂରଭଞ୍ଜ ଏଥଲେଟିକ ଏସୋସିଏନର ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ଦାସଙ୍କୁ ମୟୂରଭଞ୍ଜ ଜିଲ୍ଲାର କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଓ ଶ୍ରୀ ମନୋରଂଜନ ଜୀଉ, ଭଲିବଲ କୋଚଙ୍କୁ ଏହି କ୍ରୀଡା ଦିବସରେ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବଶେଷରେ ମୁଖ୍ୟଅତିଥି ଓ କ୍ରୀଡା ଅଧିକାରୀ ତାଙ୍କର ନିଜର ସାର ଗର୍ଭକ ବକ୍ତବ୍ୟ ଦେଇ ଭଲିଭଲ ଖେଳାଳୀମାନଙ୍କର ଉନ୍ନତି ପାଇଁ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ପ୍ରେରଣା ଦେଇଥିଲେ ।