Par

ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ନିର୍ବାଚନୀ ହିଂସା ହେଉଛି

Politics State

ଭୁବନେଶ୍ବର: ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ନିର୍ବାଚନୀ ହିଂସା ହେଉଛି ।ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି ଏହିଭଳି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ୨୪ ନିର୍ବାଚନରେ ଅଧିକ ଭୟଭୀତ ହୋଇ ବିଜେଡି ଏଭଳି ହିଂସା କରୁଛି । ନବୀନ ବାବୁଙ୍କ ଇସାରା ଆଉ ଚାଲୁ ନାହିଁ କହିଲେ ପ୍ରଦୀପ ।

ତାମିଲ୍ ଗୁଣ୍ଡା ଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି । ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ପୋଲିସ ଲଗେଇ ଧମକ ଦେଉଛନ୍ତି ବିଜେଡି ।  କିନ୍ତୁ ବିଜେପି କର୍ମୀଙ୍କ ମନ ବଳ ଭାଙ୍ଗି ପାରିବେନି, ତାମିଲ୍ ଗୁଣ୍ଡାରାଜ କାମ ଦେବନି ବୋଲି କହିଛନ୍ତି ପ୍ରଦୀପ । ସେପଟେ ପ୍ରଦୀପଙ୍କ ଅଭିଯୋଗ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନି ।

ସେହିପରି ଆଜି ଚାଷୀ ପ୍ରସଙ୍ଗ ନେଇ ପ୍ରେସମିଟ କରି ରାଜ୍ୟ ସରକାର ଉପରେ ବର୍ଷିଛି ବିଜେପି ।  ରାଜ୍ୟରେ ଚାଷୀଙ୍କ ପ୍ରତି ବିଶ୍ୱାସଘାତ କରିଛି ବିଜେଡି ।ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେଇଛି ବିଜେଡି ।  ଚାଷୀଙ୍କ ଆୟରେ ତଳ ଆଡୁ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେବାରେ ବିଜେଡି ୧ ନମ୍ବରରେ ରହିଛି ।

୨୦୧୯ ନିର୍ବାଚନରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବେ ବୋଲି କହିଥିଲେ ରାଜ୍ୟ ସରକାର ହେଲେ ୪ହଜାର ଟଙ୍କା ଦେଲେ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପୁରୋହିତ । ରାଜ୍ୟରେ ବିଜେପି ସରକାର ଆସିଲେ ୫ବର୍ଷ ଭିତରେ ଚାଷୀଙ୍କ ପାଇଁ ଥିବା ସମସ୍ତ ସଂକଳ୍ପ କାର୍ଯ୍ୟକାରୀ ହେବ । ୪୮ ଘଣ୍ଟାରେ ଧାନ କ୍ୱିଣ୍ଟାଲ୍ ପ୍ରତି ୩୧୦୦ ଟଙ୍କା ଚାଷୀଙ୍କୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଦୀପ ।