Onn 3

ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଛନ୍ତି : କଂଗ୍ରେସ

Politics State

WhatsApp-Image-2023-11-10-at-1.15.46-PM-1-750x430

ଭୁବନେଶ୍ୱର: ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସାକ୍ଷତକୁ ନେଇ ତେଜିଲା ବିବାଦ । ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ ଆଣିଲା କଂଗ୍ରେସ । ରାଜ୍ୟପାଳ ଗତକାଲି ଦିଲ୍ଲୀରୁ ଫେରିଲା ପରେ ଆଜି ସକାଳୁ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ତାହାର ଉତ୍ତର ରାଜ୍ୟପାଳଙ୍କ ଅଫିସ ଦେବାକୁ ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ।

ଆଜି ସକାଳୁ ନୂଆ ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଯାଇଥିଲେ ।  ବାସଭବନରେ ଉଭୟଙ୍କ ମଧ୍ୟରେ ଆନୁଷ୍ଠିନିକ ବୈଠକ ହୋଇଥିଲା । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇବା ସହ ତାଙ୍କର ସୁସ୍ଥ ଏବଂ ନିରାମୟ ଜୀବନ କାମନା କରିଥିଲେ ।

ହେଲେ ଏପରି କରି ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା କହିଛି କଂଗ୍ରେସ । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଯାଇପାରିବେ ନାହିଁ । ଯଦି ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବେ ଏବଂ ଶଯ୍ୟାଶାୟୀ ହୋଇ ପଡିଥିବେ ତେବେ ସେପରି ଅବସ୍ଥାରେ ରାଜ୍ୟପାଳ ତାଙ୍କୁ ଭେଟିବା ପାଇଁ  ଯାଇ ପାରିବେ ।

ହେଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ  ରାଜ୍ୟପାଳ କି ବାର୍ତ୍ତା ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ ତାହା ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । କେଉଁ କାରଣ ପାଇଁ ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଲେ ତାହା ଜାଣିବା ରାଜ୍ୟବାସୀଙ୍କ ଅଧିକାର, ତେଣୁ ଏ ନେଇ ରାଜ୍ୟପାଳ ସ୍ପଷ୍ଟ ବୋଲି ଶ୍ରୀ କାନୁନଗୋ ଦାବି କରିଛନ୍ତି ।