Onn 3

୫ ଟି ସଚିବ ଙ୍କ ମୟୁରଭଞ ଜିଲା ଗସ୍ତ

State

ବିଭିନ୍ନ ଅଭିଯୋଗ ପତ୍ର ଗହ୍ରଣ ସାଙ୍ଗକୁ ଜିଲାର ବିକାଶ ପାଇଁ ବିଭିନ୍ନ ଅନୁଦାନ ଘୋଷଣା

ବାରିପଦା: ଆଜି ୫ ଟି ସଚିବ ଭି କେ ପାଣ୍ଡିଆନ ଦୁଇ ଦିନିଆ ମୟୁରଭଞ ଜିଲା ଗସ୍ତ ରେ ଆଜି ଜିଲାର ସଦର ମହକୁମା ବାରିପଦା , ଯଶିପୁର , କରଞିଆ ଏବଂ ରାଇରଙ୍ଗପୁର ଠାରେ ବିଭିନ୍ନ ଲୋକମାନଙ୍କ ଠାରୁ ବ୍ୟକ୍ତିଗତ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିଯୋଗପତ୍ର ଗ୍ରହଣ କରିବା ସହିତ ଜିଲାର ବିକାଶ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ମଞୁର କରାଯାଇଥିବା ଅନୁଦାନ ବିଷୟରେ ଘୋଷଣା କରିଛନ୍ତି । ଆଜି ଶୁକ୍ରବାର ଅପରାହ୍ନରେ ସଚିବ ଭି କେ ପାଣ୍ଡିଆନ ହେଲିକେପ୍ଟର ଯୋଗେ ଆସି ବାରିପଦା ଠାରେ ପହଞ୍ଚି ସ୍ଥାନୀୟ ଛଉ ପଡିଆ ଠାରେ ଉପସ୍ଥିତ ଜନସାଧାରଣ ଙ୍କୁୁ ଉଦ୍‌ବୋଧନ ଦେଇଥିଲେ । ସେଠାରେ ଉପସ୍ଥିତ ହଜାର ହଜାର ଜନସାଧାରଣ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ର ସହ ସ୍ୱାଗତ କରିଥିଲେ । ସେଠାରେ ଜନସାଧାରଣ ଙ୍କ ଠାରୁ ବିଭିନ୍ନ ଅଭିଯୋଗପତ୍ର ଗ୍ରହଣ କରିବା ସାଙ୍ଗକୁ ଜିଲାର ବିକାଶ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ମଞୁର କରାଯାଇଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ବିଷୟରେ ଘୋଷଣା କରିଥିଲେ । ବିଶେଷକରି ଶିକ୍ଷା , ସ୍ୱାସ୍ଥ୍ୟ , ଚାଷୀ ମାନଙ୍କର ଉନ୍ନତି ଏବଂ ମହିଳା ମାନେ କିପରି ଅଧିକ ରୁ ଅଧିକ ସ୍ୱାବଲମ୍ବୀ ହୋଇପାରିବେ ସେ ଦିଗରେ ରାଜ୍ୟ ସରକାର ଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଅନୁଦାନ ବିଷୟରେ ଆଲୋକପାତ କରିଥିଲେ ।

ପୂର୍ବରୁ ବାରିପଦା ବାସୀ ଙ୍କ ପକ୍ଷରୁ ଦାବୀ ହୋଇଆସୁଥିବା ବାରିପଦା ର ରିଂ ରୋଡ , ଷ୍ଟାଡିୟମ ଉନ୍ନ୍‌ତିକରଣ , ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ବାସଭବନ ର ନବୀକରଣ ଆଦି ସହିତ ଜିଲାର ବିଭିନ୍ନ ଧାର୍ମୀକ ପୀଠର ଉନ୍ନତି କରଣ ଏବଂ ଚନ୍ଦନପୁର – ଯୋକା , ଶଙ୍ଖାଭଙ୍ଗା- ବିଶୋଇ ବିକଳ୍ପ ଘାଟି ରାସ୍ତା ନିର୍ମାଣ ଆଦି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଅନୁଦାନ ବିଷୟରେ ପ୍ରକାଶ କରିଥିଲେ । ଜିଲାର ସମସ୍ତ ଉଛ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ କୁ ୫ ଟି ଅଧିନକୁ ନିଆଯାଇଥିବାର ପ୍ରକାଶ କରିବା ସାଙ୍ଗକୁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ରୂପାନ୍ତକରୀଣ ପାଇଁ ଦିଆଯାଇଥିବା ଅନୁଦାନ ଘୋଷଣା କରିଥିଲେ । ଅଧ୍ୟୟନ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସମାଜରେ ଏକ ଭଲ ମଣିଷ ହୋଇ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ । ଆସନ୍ତକାଲି ବାରିପଦା ଠାରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ସହିତ ଜିଲାର ଅନ୍ୟାନ୍ୟ ଅଞ୍ଚଳ କୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଅଛି ।