Onn 3

ସ୍ୱାଧୀନତା ଦିବସ ଅବସରରେ ବକ୍ତୃତା ପ୍ରତିଯୋଗିତା

State

ବାରିପଦା: ସ୍ଥାନୀୟ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ 77 ତମ ସ୍ୱାଧୀନତା ଦିବସ ଅବସରରେ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ଆନୁକୂଲ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I “ବିଶ୍ୱ ପରିବେଶ ନିମନ୍ତେ ନିମ୍ବ ଗଛର ଉପାଦେୟତା” ଶୀର୍ଷକ ଉପରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ I ଏହି ପ୍ରତିଯୋଗିତାରେ ଅପର୍ଣ୍ଣା ସିଂହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହିମାଦ୍ରୀ ତନୟା ଚୌଧୁରୀ ଦ୍ଵିତୀୟ ଏବଂ ପ୍ରତିସ୍ମିତା ଲେଙ୍କା ଓ ଶୁଭମ ଦଣ୍ଡପାଟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି I ଏହି କୃତୀ ପ୍ରତିଯୋଗୀ ମାନଙ୍କୁ ଅଗଷ୍ଟ 15 ତାରିଖ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ଦ୍ୱାରା ପୁରସ୍କୃତ କରାଯିବ ବୋଲି ସଂସ୍ଥାର ସମ୍ପାଦକ ବିମ୍ବାଧର ସାହୁ ଜଣାଇଛନ୍ତି I

ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ନିମ୍ବ ଚାରା ରୋପଣ କରାଯାଇଥିଲା I ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ସଞ୍ଜୟ ଚୌଧୁରୀ, ମୁଖ୍ୟ ଅତିଥି ଭାବେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ଃ ପ୍ରବୋଧ କୁମାର ଦେ, ସମ୍ମାନିତ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ ଷଢଙ୍ଗୀ, ଅଧ୍ୟାପକ ସରୋଜ କୁମାର ବେହେରା, ତାପସ କୁମାର ବେହେରା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିଥିଲେ I ବିଚାରକ ଭାବେ ଅଧ୍ୟାପିକା ଅଞ୍ଜଳି ପଣ୍ଡା, ଡ଼ଃ ନିରୋଜ କୁମାର ପୋଥାଳ, ଭାସ୍ବତୀ ପଣ୍ଡା ଯୋଗ ଦେଇଥିଲେ I ସଂସ୍ଥାର ସଦସ୍ୟ ଅଜିତ କୁମାର କବାଟ, ବିଜୟଲକ୍ଷ୍ମୀ ନାୟକ, ମାନସ କୁମାର ବାଗ ପପୁ ସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I