Rewr

କାଦବରାଙ୍ଗ ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ଉପରେ କିଛି ବ୍ୟକ୍ତିବିଶେଷଙ୍କ ମୁହଁରୁ

State

ବନ୍ତ/ଆଗରପଡ଼ା:ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରୁ କାଦବରାଙ୍ଗ ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ମିଳିଥିବାରୁ ତାଙ୍କୁ ପଂଚାୟତ ବାସୀଙ୍କ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାନ ଜ୍ଞାପନ କରାଯିବା ସହ । ଉକ୍ତ ହାଇସ୍କୁଲରେ ଲାଗିରହିଥିବା ଶ୍ରେଣୀଗୃହ ସମସ୍ୟାକୁ ବର୍ତ୍ତମାନର ବିଧାୟକ ସଂଜୀବ ମଲ୍ଲିକ ସମାଧାନ ପାଇଁ ବିହିତ ପଦକ୍ଷେପ ନେବାକୁ ପଂଚାୟତବାସୀଙ୍କ ତରଫରୁ ତାଙ୍କୁ ଅନୁରୋଧ କରାଯାଉଛି । ଭଣ୍ଡାରିପୋଖରୀ ଓ ବନ୍ତ ବ୍ଳକର ୪୮ଟି ପଂଚାୟତ ମଧ୍ୟରୁ ଉକ୍ତ ପଂଚାୟତରେ ଥିବା ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ମିଳିଥିବାରୁ ଏଠାରେ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ପଂଚାୟତବାସୀଙ୍କ ସହଯୋଗ କାମନା କରୁଛି ।

Photo1

କିଶୋର ରାଉତ,ପଂଚାୟତ ଯୁବ ବିଜେଡ଼ି ସଭାପତି,କାଦବରାଙ୍ଗ

ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରୁ କାଦବରାଙ୍ଗ ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ମିଳିଥିବାରୁ ତାଙ୍କୁ ପ୍ରଥମେ ଧନ୍ୟବାଦ ଦେବା ସହ ଉକ୍ତ ହାଇସ୍କୁଲରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ସବୁବର୍ଗର ଲୋକଙ୍କୁ ଏକ ଜୁଟ କରି ଏକ ସର୍ବଦଳୀୟ ବୈଠକ ମାଧ୍ୟମରେ ଆଲୋଚନା କରାଯିବା ଉଚ୍ଚିତ୍ । ତତ୍‌ସହିତ ଯୁକ୍ତ ୨ରେ ନାମ ଲେଖାଇବା ପାଇଁ ପ୍ରଚାର ପ୍ରସାର କରାଯିବା ଆବଶ୍ୟକା ମଧ୍ୟ ରହିଛି ।

Photo2

ବିଷ୍ଣୁ ଦାସ, ଯୁବ ନେତା

 

କାଦବରାଙ୍ଗ ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ମିଳିବା ଦ୍ୱାରା ଶିକ୍ଷା କ୍ଷେତ୍ରରେ ଏହା ବନ୍ତ ବ୍ଳକର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଉକ୍ତ ହାଇସ୍କୁଲର ଛାତ୍ରଛାତ୍ରୀ ପ୍ରତିବର୍ଷ ମାଟ୍ରିକ୍ ପରୀକ୍ଷାରେ ବ୍ଳକରେ ନିଜର ଶ୍ରେଷ୍ଠତ୍ତ୍ୱ ପ୍ରତିପାଦନ କରି ଅଂଚଳର ଗାରୀମା ବୃଦ୍ଧି କରିବାରେ ସହାୟକ ହେଉଥିବାରୁ ହାଇସ୍କୁଲର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ଯୁକ୍ତ୨ ଶ୍ରେଣୀର ପାଠ୍ୟକ୍ରମରେ ସେମାନଙ୍କ ସହଯୋଗ ଶତ ପ୍ରତିଶତ ରହିବ ବୋଲି ଆଶା ବ୍ୟକ୍ତ କରୁଛି ।

Photo3

ମନ୍ମଥ ଦାସ- ଯୁବ ସମାଜସେବୀ

ଆମ ଅଂଚଳରେ ଯୁକ୍ତ ୨ଶ୍ରେଣୀରେ ପାଠପଢା ଆରମ୍ଭ ହେବାକୁ ଯାଉଥିବାରୁ ବହୁତ ଖୁସି ଲାଗୁଛି । ଆମେ ମାଟ୍ରିକ୍ ପରୀକ୍ଷା ପରେ ଏଠାରୁ ୫କିମି ଦୂର ରାଇମଣି ଠାରେ ଥିବା କେକେଆର ମହିଳା କଲେଜ,୩କିମି ଦୂରରେ ଆଗରପଡ଼ା ଠାରେ ଥିବା ଜେନେରାଲ କଲେଜ ବା ମହିଳା କଲେଜ କିମ୍ବା ଅନ୍ୟାନ୍ୟ ସ୍ଥାନକୁ ଯାଉଥିଲୁ । କିନ୍ତୁ ଆମ ଘର ପାଖରେ ଆମ ଅଂଚଳର ପିଲାମାନେ ଉଚ୍ଚ ଶିକ୍ଷା ଲାଭର ସୁବିଧା ପାଇଥିବାରୁ ସରକାରଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ । ଆଗାମୀ ଦିନରେ ଉକ୍ତ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଇତିହାସ ସୃଷ୍ଟି କରିବ ବୋଲି ଆଶା ।

Photo4

ସୁନିତା ଭାରତୀ-କମ୍ଫ୍ୟୁଟର ଡିପ୍ଲୋମା ଛାତ୍ରୀ

କାଦବରାଙ୍ଗ ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଆଗାମୀ ଦିନରେ ଆମ ଅଂଚଳରେ ଶିକ୍ଷାର ମାନବୃଦ୍ଧିରେ ଏହା ଖୁବ୍ ସହାୟକ ହେବ । ନୂତନ ପାଠ୍ୟକ୍ରମକୁ ସଫଳତାର ସୋପାନରେ ପହଂଚାଇବାକୁ ହେଲେ ଉକ୍ତ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମସ୍ତେ ଚେଷ୍ଟିତ ହେବା ଆବଶ୍ୟକ ରହିଛି ।

Photo5

ବାସୁଦେବ ଜେନା-ସଭାପତି ସେବା ସମବାୟ ସମିତି,କାଦବରାଙ୍ଗ