ବାରିପଦା: ନିଖିଳ ଓଡିଶା ସ୍ନାତକତ୍ତୋର ଛାତ୍ର ସଂଘର ସଭାପତି ଶ୍ରୀ ବିକ୍ରମ ବେଶ୍ରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଚତୁର୍ଥ ପର୍ଯ୍ୟାୟରେ ଚିତ୍ରଡା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର କୁମାର ଦାଶ, ନଳଗଜା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା କେ ଏମ୍ ଦଣ୍ଡପାଟ, ସହୀଦ ସ୍ମୃତି ମହାବିଦ୍ୟାଳୟ ମାଣିଦାର ଅଧ୍ୟକ୍ଷ ଶ୍ରୀ ଯତୀନ୍ଦ୍ର କୁମାର ସାହୁଙ୍କୁ ସାକ୍ଷାତ କରିବା ସହ ସାନ୍ତାଳୀ ଭାଷାରେ ଶିକ୍ଷା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରମୁଖ ଦାବି ମଧ୍ୟରେ ସନ୍ତାଳୀ ଭାଷାକୁ +୨ରେ ମାତୃଭାଷା ଓ ଇଚ୍ଛାଧିନ ଏବଂ +୩ ଶ୍ରେଣୀରେ ପାଠ୍ୟକ୍ରମରେ ଇଚ୍ଛାଧିନ ବିଷୟ ଓ ସମ୍ମାନ ବିଷୟ ଅନ୍ତର୍ଭୁକ୍ତ କରାଯାଉ। ଏହାକୁ ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ଆରମ୍ଭ କରିବା ପାଇଁ ଅବଶ୍ୟକ ପଦକ୍ଷେପ ନିଆଯିବାର ଦାବି ହୋଇଛି।
ଏହି ଦାବିପତ୍ର ଦେବା ସମୟରେ ସୀମାଲ ସୋରେନ, ସଞ୍ଜୟ ମାହାଲି, ଆନପା କୁମାର କିସ୍କୁ, ସୁରେଇଡିହି ସମିତି ସଭ୍ୟ ରାଜେନ୍ଦ୍ର ମହାନ୍ତ, ଜଗବନ୍ଧୁ ମାର୍ଣ୍ଣି ସହ କଲେଜର ଅନେକ ସନ୍ତାଳୀ ଛାତ୍ର-ଛାତ୍ରୀ ଉପସ୍ଥିତ ଥିଲେ।