ବାରିପଦା: ଓଡିଶା ସରକାରଙ୍କ ଓମ୍ବାଡିସି କାର୍ଯ୍ୟକ୍ରମ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାରେ ସାରସକଣା, ବିଶୋଇ, ବିଜାତଳା, ବହଳଦା, ତିରିଂ, ରାଇରଙ୍ଗପୁର, ଜlମଦl, କୁସୁମୀ ଆଦି ଆଠ ଗୋଟି ବ୍ଲକରେ ୨୩୯ ଗୋଟି ପୃଷ୍ଟି ବାଧିତ ଚିହ୍ନଟ ଗ୍ରାମରେ ୫୦୦୦ ରୁ ଉର୍ଦ୍ଧ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ କ୍ରେଚ୍ କେନ୍ଦ୍ର ଆର.ଡି.ଏ.ସି. ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ମାଧ୍ୟମରେ ଚାଲୁ ଅଛି l
ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀ ମାନେ ୮ ଗୋଟି ବ୍ଲକର ବି.ଡି.ଓ, ସି.ଡି.ପି.ଓ , ବ୍ଲକ ଚେୟାରମ୍ୟାନ , ଉପସଭାପତି ପଞ୍ଚାୟତିରାଜ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା, ତଥା ଗ୍ରାମର ମାନ୍ୟଗନ୍ୟ ବରିଷ୍ଠ ନାଗରିକ ଓ ଶିକ୍ଷାବୀତ ମାନେ ଏହି କ୍ରେଚ୍ କେନ୍ଦ୍ର ଗୁଡିକର ଉଦ୍ଘାଟନ କରିଛନ୍ତି l ତତମଧ୍ୟରେ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ ଆଇ.ଏ.ଏସ. ଉପଜିଲ୍ଲାପାଳ ରାଇରଙ୍ଗପୁର, ରାଇରଙ୍ଗପୁର ବ୍ଲକ ର ହଳଦl ଗ୍ରାମରେ, ସମସ୍ତ ବ୍ଲକ ବି.ଡି ଓ , ସି .ଡି .ପି.ଓ , ପଞ୍ଚାୟତ ସମିତି ଅଧ୍ୟକ୍ଷ , ଉପାଧ୍ୟକ୍ଷଙ୍କ ସମେତ ଶ୍ରୀ ନାରାୟଣ ବେହେରା ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ସlରସକଣା ବ୍ଲକରେ ଏକଡାଳି ଗ୍ରାମରେ, ଶ୍ରୀମତୀ ମମତା ମୟୀ ବିଶ୍ୱାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ନୂଆଗାଁ ଗ୍ରାମରେ, ଶ୍ରୀ ମନୋରଥ ଜଗନ୍ନାଥ, ଡି.ପି.ଏମ. ମମତା ଓ ସୁଭଦ୍ରା ଯୋଜନା ବଣସlହି କ୍ରେଚ୍ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି l
ସମାଜର ସବୁ ସ୍ତର ଲାଭାର୍ଥୀଙ୍କର ସହଯୋଗ ଓ ଯୋଗଦାନକୁ ପ୍ରାଧାନ୍ୟ ଦିଆଯାଇ, ୨୩୯ ଟି ଗ୍ରାମରେ ୫୦୦୦ ରୁ ଉର୍ଦ୍ଧ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କ୍ରେଚ୍ କେନ୍ଦ୍ରରେ ୨ ଜଣ ମହିଳା କ୍ରେଚ୍ କର୍ମୀ ନିଯୁକ୍ତି ପାଇଥିବା ସ୍ଥଳେ ଗ୍ରାମର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଗ୍ରାମର ମହିଳା ସ୍ୱୟଂ ସହାୟିକା ନେତ୍ରୀ ଓ ଗ୍ରାମ ୱାର୍ଡମେମ୍ବର କ୍ରେଚ୍ କେନ୍ଦ୍ର ର ପରିଚାଳନା ଓ କାର୍ଯ୍ୟକ୍ରମର ତଦାରଖ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ l
ସୂଚନାନୁସାରେ, ଏହି ଓମ୍ବାଡିସି କ୍ରେଚ୍ କେନ୍ଦ୍ର ମାନଙ୍କର ଦୈନନ୍ଦିନ ଖାଦ୍ୟ ସରଣୀ ଅନୁଯାୟୀ ଶିଶୁଙ୍କ ପାଇଁ ଖାଦ୍ୟ ପରସା ଯିବ l କେନ୍ଦ୍ର ଗୁଡିକ ସକାଳେ ୮ ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଛୁଟି ଦିନ ବ୍ୟତୀତ ଖୋଲା ରହିବ l କର୍ମଜିବୀ ମହିଳା ତାଙ୍କର ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ କ୍ରେଚ୍ କର୍ମୀଙ୍କର ଦାୟିତ୍ୱରେ ହସ୍ତାନ୍ତର କରିଯିବେ ଓ କାମରୁ ଫେରିଲା ପରେ କେନ୍ଦ୍ରରୁ ଶିଶୁଟିକୁ ଘରକୁ ନେଇଯିବେ l
କ୍ରେଚ୍ କେନ୍ଦ୍ରରେ ଶିଶୁଟି ଖାଦ୍ୟ, ମନୋରଞ୍ଜନ, ଖେଳ, ଔଷଧ ସେବନ ଓ ନିରାପଦ ପରିବେଶରେ ରହିବାର ବ୍ୟବସ୍ଥା ହୋଇଅଛି l ଯୋଜନା ଅନୁଯାୟୀ କ୍ରେଚ୍ କେନ୍ଦ୍ର ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଓ ଆବଶ୍ୟକ ପ୍ରତିଷେଧକ ଟୀକା ଆଦି ପାଇବେ l ଶିଶୁଟି ବୃଦ୍ଧି ରେକର୍ଡର ସମସ୍ତ ବିବରଣୀ କ୍ରେଚ୍ କେନ୍ଦ୍ରରେ ଉପଲବ୍ଧ ହେବ l ଓମ୍ବାଡିସି କ୍ରେଚ୍ କେନ୍ଦ୍ର ଗ୍ରାମର ସମୁଦାୟ ମାଲିକାନାରେ କାର୍ଯ୍ୟକାରୀ ହେବ l କ୍ରେଚ୍ କେନ୍ଦ୍ର ପରିଚାଳନା ସମୟରେ ଉପୁଜିଥିବା କୌଣସି ପ୍ରକାରର ଅଭିଯୋଗ ଗ୍ରାମ ସମୁଦାୟ ଦ୍ୱାରା ବୁଝାମଣା ଭିତ୍ତିରେ ଶିଶୁଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନ ହେବ l
ପ୍ରକାଶ ଥାଉକି, ସାରସକଣା ବ୍ଲକ ଅଧିନସ୍ଥ ଭରଶାଣୀ ନୂଆଗାଁ ଗ୍ରାମର କ୍ରେଚ୍ କେନ୍ଦ୍ରକୁ ଶ୍ରୀମତୀ ମମତା ମୟୀ ବିଶ୍ୱାଳ ପୋଷ୍ୟ କ୍ରେଚ୍ କେନ୍ଦ୍ର ରୂପେ ଗ୍ରହଣ କରିଛନ୍ତି l ଯାହାକି ଓମ୍ବାଡିସି କ୍ରେଚ୍ ପ୍ରକଳ୍ପ ଦ୍ୱାରା ପରିଚାଳିତ କ୍ରେଚ୍ କେନ୍ଦ୍ର ଗୁଡିକ ପାଇଁ ଉଦାହରଣ ସୃଷ୍ଟି କରିଛି l ଏହି ଉଦ୍ଘାଟନ ଉତ୍ସବରେ ଆର.ଡ଼ି.ଏ.ସି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଧନ ଦାଶ ଓ ଶ୍ରୀ ଗୁଣନିଧି ଧାରୁଆ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନେ ଅନୁଷ୍ଠିତ ହୋଇଥିବା ସ୍ଥଳେ ୮ ଟି ବ୍ଲକର କ୍ଲଷ୍ଟର ମ୍ୟାନେଜର, ସୁପର ଭାଇଜର, କ୍ରେଚ୍ ସ୍ବେଚ୍ଛାସେବୀ ମାନେ କ୍ରେଚ୍ କେନ୍ଦ୍ର ମାନଙ୍କର ଉଦ୍ଘାଟନ ସଫଳ କରିବାରେ ସହଯୋଗ କରିଥିଲେ l