Adrabhumi Sarankyan Dibas

ଉର୍ମିଳା ମଇ ସ୍କୁଲରେ ଆଦ୍ରଭୁମି ସରଂକ୍ଷଣ ଦିବସ

State

ନିଶ୍ଚିନ୍ତକୋଇଲି : ବାଲିଆପଦାସ୍ଥିତ ଊର୍ମିଳା ଉପ୍ରା(ମଇ) ବିଦ୍ୟାଳୟରେ ଆଦ୍ରଭୂମି ସରଂକ୍ଷଣ ଦିବସ ପାଳିତ ହୋଇଯାଇଛି । ପ୍ରକୃତିବନ୍ଧୁ ପ୍ରଧାନ ଶିକ୍ଷକ ଅଭୟ କୁମାର ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସାରସ୍ୱତ ସାଧକ ସଚ୍ଚିଦାନନ୍ଦ ମିଶ୍ର,ମୁଖ୍ୟବକ୍ତାଭାବେ ଗ୍ରୀନ ଭିଜନ ଅଧ୍ୟକ୍ଷ ପରିବେଶବିତ ବଳରାମ ପାତ୍ର,ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନାକର ସେଠୀ, ସ୍କୁଲପରିଚାଳନା କମିଟି ସଭାପତି ଶରତ କୁମାର ଜେନା, ଶିକ୍ଷାବିତ ବୃନ୍ଦାବନ ସ୍ୱାଇଁ,ପ୍ରଧାନ ଶିକ୍ଷକ ଜୟରାମ ସେଠୀ, ମମିତା ଜେନା ପ୍ରମୁଖ ଯୋଗଦେଇ ପରିବେଶ ମଧ୍ୟରେ ଆଦ୍ରଭୂମି ସରଂକ୍ଷର ସଂକ୍ରାନ୍ତ ବସ୍ତୃତ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଆଦ୍ରଭୂମି ସଂକ୍ରାନ୍ତ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି ଅବସରରେ ଛାତ୍ର ଛାତ୍ରୀମାନେ ଗ୍ରାମପରିକ୍ରମା କରି ମାନବ ଶୃଙ୍ଖଳାରେ ବାହାରି ବ୍ୟାପକ ଜନସଚେତନତା ସୃଷ୍ଟି କରିଥିଲେ । ଶେଷରେ ପରିବେଶ ଭିତିକ ନୃତ୍ୟ ପରିବେଷଣ କରାଯାଇଥିଲା ।