Onn 3

ପୋଖରୀରେ ବୁଡି ଅଜଣା ଯୁବକ ମୃତ

State

ବାରିପଦା: ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୩ ନମ୍ବର ଓ୍ବାର୍ଡର ଟେକ୍ନଓ୍ବାର୍ଲଡ ସମ୍ମୁଖସ୍ଥ ଏକ ପୋଖରୀରୁ ଜନୈକ ଅଜଣା ବ୍ୟକ୍ତିର ମୃତଦେହ ପୋଲିସ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଜନୈକ ଯୁବକ ପୋଖରୀକୁ ନିଜର ଲୁଗାପଟା ସଫା ସହ ଶୌଚ କରିବା ପାଇଁ ଆଜି ସକାଳୁ ଯାଇଥିଲେ ।ପୋଖରୀ ଆଡିରେ ନିଜର ଶୁଖିଲା ଲୁଗା ରଖିଥିଲେ ।ଅନ୍ୟ ଏକ ପୋଷାକ ସଫା କରି ପୋଖରୀ ପାଖରେ ପଥର ଉପରେ ରଖିଥିଲେ ।ଲୁଗାଧୁଆ ସାବୁନ ମଧ୍ୟ ରଖିଛନ୍ତି ।କେହି ଗ୍ରାମବାସୀ ପୋଖରୀରେ ମୃତ ଦେହ ଭାସୁଥିବା ଦେଖି ରାଇରଙ୍ଗପୁର ଟାଉନ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ସହ ଯୁବକକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି ।ଯୁବକର ପରିଚୟ ମିଳିନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।