ବାରିପଦା: କିଛି ଅମାନିଆ ଡ଼୍ରାଇଭରଙ୍କ ଯୋଗୁଁ ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ବଢ଼ୁଥିବା ବେଳେ ବହୁ ଧନ ଜୀବନ ନଷ୍ଟ ହେଉଛି । ଏମାନଙ୍କ ଅନଭିଜ୍ଞ , ଦାୟିତ୍ବହୀନ ଏବଂ ବେପରୁଆ ଗାଡି ଚାଳନା ଯୋଗୁଁ ସାଧାରଣ ଲୋକଟିଏ ସଡ଼କ ନିରାପତ୍ତା ଆଇନ ମାନି ରାସ୍ତାରେ ଯିବା ଆସିବାକୁ ଭୟ ପାଉଥିବା ବେଳେ ଆଜି ଭୋର୍ ସମୟରେ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର ଠାରୁ ମାତ୍ର ୪ କିମି ଦୂର ଦାଣ୍ଡବୋଷ ରାସ୍ତା ପାର୍ଶ୍ବରେ ଏକ ଘର ଉପରେ ଟାଟା ପଟରୁ ଯଶିପୁର ଆସୁଥିବା ଖାଲିଡାଲା ୧୬ ଚକିଆ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା ପାର୍ଶ୍ବ ଏକ ଘର ଉପରେ ଚଢ଼ି ଯାଇଛି । ଫଳରେ ଘରେ ଖଟିଆରେ ଶୋଇଥିବା ଜନୈକ ବୃଦ୍ଧାଙ୍କ ଉପରେ କାନ୍ଥ ଧଷି ପଡ଼ିବା ସହ ଟ୍ରକଟି ତାଙ୍କ ଉପରେ ଚଢି ଯାଇଥିଲା ।
ଘଟଣାସ୍ଥଳରେ କାମିନୀ ପାତ୍ର ନାମକ ଜନୈକ ୬୫ ବୟସ୍କା ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା ବେଳେ ପରିବାରର ଅନ୍ୟ ସଦସ୍ୟମାନେ ଅଳ୍ପକେ ଵର୍ତ୍ତିଯାଇଛନ୍ତି । ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ଟାଉନଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ, ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିବା ସହ ପରିବାରଙ୍କୁ ସାନ୍ତ୍ଵନା ଦେଇଛନ୍ତି। ଗାଇଡ ଲାଇନ ପ୍ରକାରେ ରହିଥିବା ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ବୁଝାସୁଝା କରୁଛନ୍ତି । ଏଣେ କ୍ଷତି ପୂରଣ ଦାବିରେ ପରିବାର ବର୍ଗ ଏବଂ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ମୃତକ କମଳାଙ୍କ ପୁଅ ଯୋଗେନ୍ଦ୍ର ଜଣେ ଭିନ୍ନକ୍ଷମଭୋଇଥିବା ବେଳେ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ସହ ସେମାନଙ୍କ ପାଇଁଏକ ଘର ନିର୍ମାଣ କରି ପ୍ରଦାନ କରିବାକୁ ଦାବି କରିଛନ୍ତି ।