Almuni Kamiti Savapati Sambardhita

ବାଳକୃଷ୍ଣ ବିଦ୍ୟାନିକେତନକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

State

ନିଶ୍ଚିନ୍ତକୋଇଲି  : ଜିଗ୍ନିପୁର ପଂଚାୟତସ୍ଥିତ ସରକାରୀ ବାଳକୃଷ୍ଣ ବିଦ୍ୟାନିକେତନର ପୁରାତନ ଛାତ୍ର ସଂସଦ(ଆଲମୁନି କମିଟି)କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସ୍କୁଲ ଆଲମୁନି କମିଟିର ସଭାପତି ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସେନାପତିଙ୍କ ସଭାପତିତ୍ୱ ଏବଂ ଶିକ୍ଷକ ପ୍ରଭାକର ସ୍ୱାଇଁଙ୍କ ସଂଯୋଜନାରେ ମୁଖ୍ୟ ଅତିଥିଭାବେ ବଳଦେବ ଜୀୟୁ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରା,ମୁଖ୍ୟବକ୍ତାଭାବେ ସ୍କୁଲ ପରିଚାଳାନ କମିଟି ସଭାପତି ଦିପକ ପରିଡା, ସମ୍ମାନିତ ଅତିଥିଭାବେ ପୁରାତନ ଛାତ୍ର ସନ୍ତୋଷ କୁମାର ପ୍ରଧାନ,ସଭ୍ୟ ମନୋଜ ଘଡେଇ,ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜେନା,ସବିତା ମିଶ୍ର, ରବିନାରାୟଣ ମିଶ୍ର,ନିରଞ୍ଜନ ପୃଷ୍ଟି ,ପାର୍ଥ ସାରଥି ମହାନ୍ତି,ରବିନାରାୟଣ ସାହୁ,ତପସ୍ୱିନୀ ସେଠୀ, ରାଜଗୋପାଳ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ସ୍କୁଲ ପରିଚାଳନା କମିଟିର ସମସ୍ତ ସଭ୍ୟ,ସ୍ଥାନୀୟ ଜନପ୍ରତିନିଧି,ଅଭିଭାବକ ଓ ଛାତ୍ର ଛାତ୍ରୀମାନେ ଶ୍ରୀ ରାଉତଙ୍କୁ ସ୍ୱାଗତ ସୁଭେଚ୍ଛା ଜ୍ଞାପନ କରିଥିଲେ ।