Kendupatana Gp Ra Ama Odisha Nabin Odisa

କେନ୍ଦୁପାଟଣା ପଂଚାୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା

State

ନିଶ୍ଚିନ୍ତକୋଇଲି : କେନ୍ଦୁପାଟଣା ପଂଚାୟତ ଅଧିନ ନଟରାଗ୍ରାମର ଆରାଧ୍ୟ ଦେବୀ ନଟରାଶୁଣୀପୀଠରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସଂକ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଂଚ ପ୍ରଗତିପ୍ରଭା ମହାନ୍ତିଙ୍କ ସଭାପତିତ୍ୱରେ ଏଥିରେ ମୁଖ୍ୟ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ସମ୍ମାନିତ ଅତିଥିଭାବେ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ମହାପାତ୍ର, ବିଜେଡି କୃଷକ ନେତା ଜ୍ୟୋତିପ୍ରକାଶ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ,ସିଡିପିସ ସତ୍ୟଭାମା ବିଶୋଇ,ବ୍ଲକ ମହିଳା ମହାସଙ୍ଘର ସଭାନେତ୍ରୀ କନକଲତା ମହାନ୍ତି , ସମ୍ପାଦକ ସତ୍ୟଭାମା ନାୟକ, ନାଏବ ସରପଂଚ ଫଗୁଣ ସାହୁଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟାମାନେ ଯୋଗଦେଇଥିଲେ । ଏହି ଅବସରରେ ପଂଚାୟତର ବୟଜ୍ୟେ୍‌ଷ୍ଠ ବ୍ୟକ୍ତି ,ପ୍ରାକ୍ତନ ରାଜନେତା ଓ ଲୋକପ୍ରତିନିଧି ସ୍କୁଲ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରଦୀପ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।