Img 20240301 Wa0212

ମୟୂରଭଞ୍ଜ ର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ କଲେ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେ

State

ବାରିପଦା:  ଶୁକ୍ରବାର ଦିନ ମୟୂରଭଞ୍ଜର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେ ।ବାରିପଦା ସ୍ଥିତ ଜିଲ୍ଲାପାଳ ତଥା ଦଣ୍ଡାଧିଶଙ୍କ କାର୍ଯ୍ୟାଳୟରେ ଆଗମନ କରି ଶ୍ରୀ ଶିନ୍ଧେ ଦାୟିତ୍ଵ ଗ୍ରହଣ କରିଥିବାର ସୂଚନା ପ୍ରକାଶ। ଏହି ସମୟ ରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିଭୁତି ଭୂଷଣ ନାୟକ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ , ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର , ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର, ଶୁଭଙ୍କରୀ ସୁଦେସ୍ନା ଦାଶ, ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ, ବାରିପଦା ଡେପୁଟି କଲେକ୍ଟର, ଶ୍ରୀ ଅନିଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି , ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ମୋହନ ସେଠୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ।

ଏଥି ସହିତ ଜିଲ୍ଲାପାଳ ଶ୍ରୀ ଶିନ୍ଧେ ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ସାଧୁବାଦ ଜଣାଇ ନିଜ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ସମସ୍ତ ଅଧିକାରୀ ମାନଙ୍କ ସହିତ କଥୋପକଥନ ପରେ ଶ୍ରୀ ଶିନ୍ଧେ ସମସ୍ତ କର୍ମଚାରୀଙ୍କୁ ସହଯୋଗିତା ଏବଂ ସହଭାଗିତାରେ କାର୍ଯ୍ୟ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବେ ଶ୍ରୀ ଶିନ୍ଧେ ବେଶ ପରିଚିତ ଏବଂ ନିଜ କାର୍ଯ୍ୟ ଅନୁଭବ ଦ୍ୱାରା ମୟୂରଭଂଜ ଜିଲ୍ଲାର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସୁଚାରୁ ରୂପେ କରିବେ ବୋଲି ସମସ୍ତ ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି, ଶ୍ରୀ ଶିନ୍ଧେ, ପୂର୍ବରୁ ବାଲେଶ୍ୱର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ ଏବଂ ଏହି ବଦଳି ପରେ ପୂର୍ବତନ ମୟୂରଭଂଜ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ବାଲେଶ୍ୱର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ।