ବାରିପଦା: ଓଡିଶା ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମୋରଡା ବ୍ଲକ ,ବାରିପଦା ପୌରାଞ୍ଚଳ ଓ ରସଗୋବିନ୍ଦପୁର ବ୍ଲକରେ ସମ୍ପୃକ୍ତ ଅଂଚଳର ଲୋକମାନଙ୍କ ପାଇଁ ଜନଅଭିଯୋଗ ଶୁଣାଣୀ ବୈଠକ ଅନୁଷ୍ଠିତ ହେବ।
କାର୍ଯ୍ୟସୂଚୀ ଅନୁଯାୟୀ ତା ୦୪-୦୨-୨୦୨୫ ରିଖ ପୂର୍ବାହ୍ନ ୧୦ ଘଟିକା ସମୟ ରେ ମୋରଡା ପଂଚାୟତ ସମିତି କାର୍ଯ୍ୟାଳୟ ରେ, ତା ୦୫-୦୨-୨୦୨୫ ରିଖ ଅପରାହ୍ନ ୨ଘଟିକା ସମୟରେ ବାରିପଦା ପୌରପାଳିକା କାର୍ଯ୍ୟାଳୟ ରେ ଏବଂ ତା ୦୬-୦୨-୨୦୨୫ ରିଖ ପୂର୍ବାହ୍ନ ୧୦ଘଟିକା ସମୟରେ ରାସଗୋବିନ୍ଦପୁର ପଂଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ। ନିର୍ଦ୍ଧାରିତ ତାରିଖ ଓ ସମୟ ସାରଣୀ ଅନୁଯାଇ ସମ୍ପୃକ୍ତ ଅଂଚଳ ର ଜନସାଧାରଣ ସେମାନଙ୍କ ନିଜ ନିଜ ବ୍ୟକ୍ତିଗତ ତଥା ସାମୁହିକ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣୀ ଓ ପ୍ରତିକାର ପାଇଁ ଆବେଦନ ପତ୍ର ଦାଖଲ କରିପାରିବେ।
ଉକ୍ତ ଜନ ଅଭିଯୋଗ ଶୁଣାଣି ବୈଠକ ରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଯୋଗ ଦେବା ସହ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭଗୀୟ ପଦାଧିକାରୀ, ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ଓ ସମ୍ପୃକ୍ତ ବ୍ଲକ ର ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗ ଗୁଡିକର ଅନୁଧ୍ୟାନ କରି ତ୍ୱରିତ ସମାଧାନ ନିମନ୍ତେ ପଦକ୍ଷେପ ନେବେ।