Onn 3

ଆଜି ସରିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

State

ଭୁବନେଶ୍ୱର: ଜୁଲାଇ ୧୩ ଗୁରୁବାର ଶେଷ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା। ୨୧୫୮ କଲେଜର ୫ଲକ୍ଷ ୬ହଜାର ୯୧୩ ସିଟ୍ ପାଇଁ ନାମଲେଖା ଚାଲିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ବିଳମ୍ବତ ରାତି ପର୍ଯ୍ୟନ୍ତ ୩ ଲକ୍ଷ ୧୯ ହଜାର ୨୨୯ ଜଣ ନାମ ଲେଖାଇଛନ୍ତି। ଆହୁରୀ ୧ ଲକ୍ଷ ୮୭ହଜାର ୬୮୪ ପାଇଁ ନାମଲେଖା ହେବ। ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ସରିବ।

ବଳକା ସିଟ୍ ପାଇଁ ଦ୍ୱିତାୟୀ ପର୍ଯ୍ୟାୟ ନାମଲେଖା କରାଯିବ। ଏନେଇ ୧୯ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ସେହିପରି ୨୦ରୁ ୨୨ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଯିବ। ତେବେ ବୁଧବାର ରାତି ସୁଦ୍ଧା ୩ ଲକ୍ଷ ୧୯ ହଜାର ୨୨୯ ଜଣ ନାମ ଲେଖାଇଛନ୍ତି। ଏଥିରୁ ବିଜ୍ଞାନରେ ମୋଟ ୧ ଲକ୍ଷ ୫୫ ହଜାର ୨୫୯ ସିଟ୍ ରହିଥିବା ବେଳେ ୮୮ ହଜାର ୧୯୨ ସିଟ୍‌ରେ ନାମଲେଖା ସରିଛି। ଆହୁରୀ ୬୭ ହଜାର ୬୭ ସିଟ୍ ବଳକା ରହିଛି। ସେହିପରି କଳାରେ ମୋଟ ସିଟ୍ ୨ ଲକ୍ଷ ୮୯ ହଜାର ୩୩୮ ରହିଥିବା ବେଳେ ୨ ଲକ୍ଷ ୨ ହଜାର ୪୩୭ ସିଟ୍‌ରେ ନାମ ଲେଖା ସରିଛି। ଆହୁରୀ ୮୬ ହଜାର ୯୦୧ ସିଟ୍ ବଳକା ରହିଛି।

ବାଣିଜ୍ୟରେ ମୋଟ ୩୯ ହଜରା ୨୧୬ ସିଟରୁ ୧୯ ହଜାର ୫୧୫ ସିଟରେ ନାମଲେଖା ଶେଷ ହୋଇଥିବା ବେଳେ ଆହୁରୀ ୧୯ ହଜାର ୧୦୭ ସିଟ୍ ରହିଛି। ଜୁଲାଇ ୧୩ ଆର୍ଥାତ ଆଜି ଏବଂ ଦ୍ୱିତୀୟ ମେଧାତାଲିକା ପ୍ରକାଶିତ ହେବା ପରେ ବଳକା ସିଟ୍‌ରେ ନାମଲେଖା ହେବ।