Jpr Dongar 2.jpg

ପୂଜାର୍ଚ୍ଚନା କରି ପାହାଡ଼ ଚଢ଼ିଲେ ବିଭିନ୍ନ ବର୍ଗର ୪୫୦ ଲୋକ, ସ୍ଲୋଗାନ ଦେଲେ ‘ଜୟ ଶ୍ରୀରାମ୍‌’

State

jpr-dongar-2

ଜୟପୁର: ଡଙ୍ଗରିଆ ମାଉଣ୍ଟେନ୍ ଏସେଣ୍ଡର୍ସ (ଡଙ୍ଗରିଆ ଗ୍ରୁପ୍‌) ପକ୍ଷରୁ ରବିବାର ଦିନ ଜୟପୁର ବ୍ଲକର ରଣ୍ଡାପାଲ୍ଲୀ ପଞ୍ଚାୟତ ଅଧୀନ ବୈରାଗୀମଠ ନିକଟର କୋଣ୍ଡାମାଳି ପାହଡ଼ରେ (ମାଉଣ୍ଟେନ୍ ଟ୍ରାକିଂ ) ପାହଡ଼ ଚଢ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୭୦୦ମିଟର ଉଚ୍ଚତା ବିଶିଷ୍ଟ ପାହାଡ଼ ଚଢ଼ିବା ପାଇଁ ୪କିଲୋମିଟର ଯାଇ ପୁଣି ତଳକୁ ସବୁ ଫେରିଥିଲେ। ଆୟୋଜକ ଡଙ୍ଗିରିଆ ଗ୍ରୁପ୍‌ ପକ୍ଷରୁ ସମସ୍ତ ଚଢ଼ାଳିଙ୍କୁ ପାଖରେ ରହି ଚଢ଼ିବା ଏବଂ ଓହ୍ଲାଇବା ପର୍ଯ୍ୟନ୍ତ ସଂପୂର୍ଣ୍ଣ ସହଯୋଗ କରିଥିଲେ। ପାହାଡ଼ ଚଢ଼ାଳିମାନେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ ଏହା ପରେ ‘ଭାରତ ମାତା କି ଜୟ, ଜୟ ମା’ ଦୁର୍ଗା, ହର ହର ମହାଦେବ ଓ ଜୟ ଶ୍ରୀରାମ’ ଆଦି ସ୍ଲୋଗାନ ଦେଇଥିଲେ।

ମାଉଣ୍ଟେନ୍‌ ଟ୍ରାକିଂ ଅଭିଯାନରେ ୬ବର୍ଷରୁ ୭୦ବର୍ଷ ବୟସର ୪୫୦ ଲୋକ ଅଂଶଗ୍ରହଣ କରିଥିଲେ। ସେମାନେ ‘ଭାରତ ମାତା କି ଜୟ, ଜୟ ମା’ ଦୁର୍ଗା, ହର ହର ମହାଦେବ ଓ ଜୟ ଶ୍ରୀରାମ’ ଆଦି ସ୍ଲୋଗାନ ଦେଇଥିଲେ। କୋଣ୍ଡାମାଳି ପାହଡ଼ ପାଦଦେଶରେ ଥିବା ବୈରାଗୀମଠରେ ସବୁ ପୂଜାର୍ଚ୍ଚନା କରିବା ପରେ ଟ୍ରାକିଂ ଆରମ୍ଭ ହୋଇଥିଲା। ବିଜେପି ନେତା ହିମାଂଶୁ ମହାପାତ୍ର ଓ ଲଲିତ ଅଗ୍ରୱାଲ ସବୁଜ ପତାକା ଦେଖାଇ ଥିଲେ।

ସାଢ଼େ ୩ବର୍ଷ ତଳେ କଣ୍ଡାମାଳି ପାହାଡ଼ରେ ସଂସ୍ଥା ପକ୍ଷରୁ ଏଭଳି ଟ୍ରାକିଂ ଆୟୋଜନ କରାଯାଇଥିଲା। ପରିବେଶ ସୁରକ୍ଷା ଏବଂ ବିଭିନ୍ନ ଲୁକ୍କାୟିତ ନଦୀ, ପାହାଡ଼, ପର୍ଯ୍ୟଟନସ୍ଥଳୀକୁ ଲୋକଲୋଚନକୁ ଆଣିବା ଏବଂ ଅଧିକାରୁ ଅଧିକା ବୃକ୍ଷରୋପଣ କରିବା ସହ ଟିଭି, ମୋବାଇଲ ଛାଡ଼ି ପ୍ରକୃତିକୁ ଭଲ ପାଇବା ପାଇଁ ସବୁବର୍ଗକୁ ପ୍ରତ୍ସାହିତ ଦିଗରେ ଟିମ୍ କାମ କରି ଆସୁଛି ବୋଲି କହିଛନ୍ତି ଡଙ୍ଗରିଆ ଗ୍ରୁପ୍‌ ମୁଖ୍ୟ ରାଜେଶ ପାଣିଗ୍ରାହୀ। କୋରାପୁଟ ଜିଲ୍ଲାରେ ବହୁ ପର୍ଯ୍ୟଟନସ୍ଥଳୀ ଲୁକ୍କାୟିତ ହୋଇ ରହିଛି। ଏସବୁର ଡକ୍ୟୁମେଣ୍ଟସନ୍ ସଂସ୍ଥା ପକ୍ଷରୁ କରାଯାଇ ପ୍ରଚାର ଓ ପ୍ରସାର କରାଯାଉଛି ବୋଲି କହିଛନ୍ତି ଶ୍ରୀ ପାଣିଗ୍ରାହୀ। ଏସବୁ ସ୍ଥାନକୁ ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ, ସଂସ୍କୃତି ବିଭାଗ ଆଦି ରକ୍ଷଣାବେକ୍ଷଣ, ଦେଖାରଖା କଲେ ନୂଆ ନୂଆ ପର୍ଯ୍ୟଟନସ୍ଥଳୀ ଆମକୁ ମିଳିପାରିବ ଏବଂ ପର୍ଯ୍ୟଟନକ୍ଷେତ୍ରରେ କୋରାପୁଟ ଜିଲ୍ଲା ସ୍ବତନ୍ତ୍ର ସ୍ଥାନ ପାଇବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏଥିରେ ଗୃପର ସୁଦାମ, ଲୁଲୁ, ରଘୁ, ମିନ, ସଲିମ, ବିପିନ, ଅଜୟ, ସୁଧିର, ମୁନା, ମହେଶ, ଚିଟି, ଜଗଦୀଶ, ରାମ, ଏଚକେ, ନରେଶ ଓ ହାବିବୁଲ୍ଲା ପରିଚାଳନାରେ ସହଯୋଗ କରିଥିଲେ।