Tr

ମୃତ୍ୟୁ ପରେ ବି ଅମର କୁନି ପୁଅ ଜନ୍ମେଶ

State

ଭୁବନେଶ୍ଵର: ଛୋଟିଆ ଜୀବନ ଦେଇଗଲା ମହାନତାର ଉଦାହରଣ । ମୃତ୍ୟୁ ପରେ ବି ଅମର ହୋଇଗଲା କୁନି ପୁଅ ଜନ୍ମେଶ । କିଡନୀ, ଲିଭର ଦାନ କରି ଅନ୍ୟ ୨ ଜଣଙ୍କ ଜୀବନ ବଞ୍ଚାଇ ଅମର ହୋଇଗଲା ଭୁବନେଶ୍ଵରର ଜନ୍ମେଶ ଲେଙ୍କା । ଶିଶୁଟି ମାତ୍ର ଏକ ବର୍ଷର ହୋଇଥିବା ବେଳେ ଶେଷକୃତ୍ୟବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି ।

ସୂଚନା ଅନୁସାରେ, ୧୦ ଦିନ ତଳେ କାନ୍ଦୁଥିବାବେଳେ ହଠାତ୍ ଜନ୍ମେଶର ହାର୍ଟ ଚୋକ ହୋଇ ଯାଇଥଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୀର୍ଘଦିନର ଉଦ୍ୟମ ପରେ ବି ତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ଶେଷରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲା କୁନି ପୁଅ ଜନ୍ମେଶ । ନିଜ ଘରର ଛୋଟ ଛୁଆଟିକୁ ହରାଇ ପୁରା ପରିବାର ଧୌର୍ଯ୍ୟହରା ହୋଇ ପଡିଥିବା ବେଳେ ମୃତ ପୁଅର କିଡ୍‌ନୀ ଓ ଲିଭର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପୁରା ପରିବାର । ଜନ୍ମେଶଙ୍କ କିଡନୀ ଏବଂ ଲିଭରରେ ଏବେ ୨ଜଣଙ୍କ ଜୀବନ ବଞ୍ଚିଯାଇଛି । ଜନ୍ମେଶଙ୍କ ଲିଭର ଦିଲ୍ଲୀର ଜଣେ ପିଲା ଦେହରେ ଲଗାଯାଇଥିବା ବେଳେ କିଡ୍‌ନୀ ଭୁବନେଶ୍ବର ଜଣେ ପିଲାଙ୍କ ଦେହରେ ଲାଗଛି । ଏସବୁ ଭିତରେ ମଧ୍ୟ କୁନି ପିଲାର ଏ ଦାନ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ପିଲାଟିର ମହତ୍ କାର୍ଯ୍ୟ ପାଇଁ ଶେଷକୃତ୍ୟବେଳେ ତାକୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।