Onn 3

ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବିୟୋଗ

National & International

କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କ ପତ୍ନୀ ସୀତା ଦହଲଙ୍କର ବୁଧବାର ୬୯ ବର୍ଷ ବୟସରେ ପରଲୋକ ଘଟିଛି । ବିରଳ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇ ସୀତା ଦହଲ ବହୁତ ଦିନ ଧରି କାଠମାଣ୍ଡୁର ନୋର୍ଭିକ୍ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ତେବେ ସୀତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଡାକ୍ତର ଯୁବରାଜ ଶର୍ମା ସୂଚନା ଦେଇଛନ୍ତି । ଅତୀତରେ ସୀତା ଭାରତ ଓ ଆମେରିକାରେ ମଧ୍ୟ ଚିକିତ୍ସିତ ହୋଇଥିଲେ । ପ୍ରଚଣ୍ଡ ଓ ସୀତାଙ୍କର ୩ ଝିଅ ଓ ଗୋଟିଏ ପୁଅ । ସେମାନଙ୍କ ମଧ୍ୟରୁ ବଡ ଝିଅ ଓ ପୁଅଙ୍କର ମୃତ୍ୟୁ ହୋଇସାରିଥିବାବେଳେ ବର୍ତ୍ତମାନ କେବଳ ଦୁଇ ଝିଅ ଅଛନ୍ତି । ସୀତାଙ୍କ ମୃତ୍ୟୁରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ବହୁ ରାଷ୍ଟ୍ରମୁଖ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି ।