R O High School

ରାମକୃଷ୍ଣପୁର-ଓସ୍ତପୁର ହାଇସ୍କୁଲର ବାର୍ଷିକ ପୁରସ୍କାର ବିତରଣ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ରାମକୃଷ୍ଣପୁର-ଓସ୍ତପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୪୮ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଧାନ ଶିକ୍ଷକ ନିମାଇଁ ଚରଣ ସାହୁଙ୍କ ସଭାପତିତ୍ୱରେ ଏଥିରେ ମୁଖ୍ୟ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ ଓଝା ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ଶୃଙ୍ଖଳିତ ହୋଇ ଶିକ୍ଷା ଅର୍ଜନ ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତାଭାବେ ମଣ୍ଡଳ ଶିକ୍ଷାଅଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଯୋଗଦେଇ ମାନସିକ ଓ ଶାରିରୀକ ବିକାଶ କ୍ଷେତ୍ରରେ କ୍ରୀଡାର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ବିଇଓ ଲକ୍ଷ୍ମଣ କୁମାର ଲେଙ୍କା ,ଜିଲ୍କାପରିଷଦ ସଭ୍ୟ ବିପ୍ଳବ କାପ,ପୂର୍ବତନ ସରପଂଚ ମନୋରଞ୍ଜନ ସ୍ୱାଇଁ,ସ୍କୁଲର ପ୍ରତିଷ୍ଠାତା ସଭ୍ୟ ମକର ମହାନ୍ତି, ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ,ସରପଂଚ ଭାରତୀ ସ୍ୱାଇଁ,ସମିତି ସଭ୍ୟ ନର୍ମଦା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷାବିତ ରମେଶ ଚନ୍ଦ୍ର ସ୍ୱାଇଁ ସ୍ୱାଗତ ଭାଷଣ ଅତିଥିପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ କଳ୍ପନା ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ଆକାଂକ୍ଷା ଭୂୟାଁ ଜୁନିୟର ରେଡକ୍ରସ ଜିଲ୍ଲା ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସ୍ୱତନ୍ତ୍ର ପୁରସ୍କାର ପାଇଥିବା ବେଳେ ବର୍ଷା ପ୍ରିୟ ଦର୍ଶୀନି ଦାସ ଓ ପ୍ରତାପ ଚନ୍ଦ୍ର ରାଉତ ସ୍କୁଲ ଚମ୍ପିୟନ ପୁରସ୍କାର ପାଇଥିଲେ । ସଭ୍ୟ ଶରତ ଚନ୍ଦ୍ର ନାୟକ.ଭୂବନାନନ୍ଦ ନାୟକ, ଗୋପିନାଥ ରାଉତ,ରଶ୍ମିରେଖା ଦାଶ,ଚିତରଞ୍ଜନ ଦଳାଇ,ସୋନୁରାଣୀ ସାହୁ ,ରୋମାଲିନ ନାୟକ , ମଧୁସ୍ମିତା ନାୟକ, ତନୁଶ୍ରୀ ନାୟକ, ନିରଞ୍ଜନ ପୃଷ୍ଟି, ଚିତରଞ୍ଜନ ପ୍ରଧାନ,ରାମଚନ୍ଦ୍ର ବେହେରା,ଅନିଲ ଦାଶ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଶିକ୍ଷକ ମନୋଜ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।