Gr

ଅଲ ଗୁରୁ ରୋହିଦାସ ସିଂନାଗଙ୍କ ୯୦ ତମ ଜୟନ୍ତୀ ପାଳିତ

State

ବାରିପଦା : ଆଜି ମୁଣ୍ଡାରୀ ଲିପିର ସ୍ରଷ୍ଟା ଅଲ ୍‌ଗୁରୁ ପଣ୍ଡିତ ରୋହିଦାସ ସିଂନାଗଙ୍କ ୯୦ ତମ ଜୟନ୍ତୀ ଭାରତମୁଣ୍ଡା ସମାଜ ଓଡିଶା ରାଜ୍ୟ ସଭାପତି ରବିନ୍ଦ୍ର ନାଥ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ୱର୍ଗତଃ ନାଗଙ୍କ ମଧୂବନ ଓ ତାଙ୍କ ଗ୍ରାମ ଶାଳବଣୀ ସ୍ଥିତ ପ୍ରତିମୁର୍ତୀ ଓ ସମାଧି ପିଠରେ ପୁଜା ଅର୍ଚ୍ଚନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ଭାରତ ବର୍ଷର ସର୍ବପୁରାତନ ଭାଷା ହେଉଛି ମୁଣ୍ଡାରୀ ଭାଷା । ଭାରତ ବର୍ଷରେ ୧ କୋଟି ରୁ ଉର୍ଦ୍ଧ ଭୁମିଜ ଓ ମୁଣ୍ଡା ଆଦିବାସୀ ଲୋକ ମାନେ ମୁଣ୍ଡାରୀ ଭାଷାରେ କଥାବାର୍ତ । କରନ୍ତି । ତେଣୁ ଏହି ପୁରାତନ ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରି ମୁଣ୍ଡାରୀ ଭାଷା ଓ ସଂସ୍କୃତିର ସଂରକ୍ଷଣ ଓ ଉନ୍ନତି ପାଇଁ ଭାରତ ମୁଣ୍ଡା ସମାଜତରଫରୁ ଦାବୀ ହୋଇଆସୁଥିଲେ ମଧ୍ୟ ସରକାର ଏଥିରେ କର୍ଣ୍ଣପାତ କରିନଥିବାରୁ ସଭାପତି କ୍ଷୋଭ ପ୍ରକାଶ କରିଥିଲେ । ସ୍ୱର୍ଗତଃ ନାଗଙ୍କ ଜିବନୀ ଉପରେ ରାଷ୍ଟ୍ରିୁ ୟ ସାଧାରଣ ସମ୍ପାଦକ ନାଥ ସିଂ, ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂହ, ଶିକ୍ଷା ସମ୍ପାଦକ ବିଜୟ କୁମାର ସିଂ, କୋଷାଧ୍ୟକ୍ଷ ବାଇଧର ସିଂ, ଉପସଭାପତି ସୁନାରାମ ସିଂ ଓ ଉପଦେଷ୍ଟା ମନୋଜ ମୁଣ୍ଡା ପ୍ରମୁଖ ଆଲୋକପାତ କରିଥିଲେ । ସର୍ବ ଶେଷରେ ସଭାର ସଫଳତା ପାଇଁ ସଦସ୍ୟ ଚନ୍ଦ୍ରମୋହନ ମୁଣ୍ଡାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।