Onn 3

ଆଗାମୀ ୧ ରୁ ୧୪ ପର୍ଯ୍ୟନ୍ତ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ପାଇଁ ଜିଲ୍ଲା ସମନ୍ୱୟ କମିଟିର ବୈଠକ

State

ଅଭିଯାନକୁ ଅଧିକରୁ ଅଧିକ ଲୋକାଭିମୁଖୀ କରାଇବାପାଇଁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ବାରିପଦା: ଆଗାମୀ ୧ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜିଲ୍ଲା ସ୍ତରୀୟ କୁଷ୍ଠ ରୋଗ ଚିହ୍ନଟ ଅଭିଯାନର କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟିର ବୈଠକ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟକାରିଣୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଜିଲ୍ଲପାଳ ଶ୍ରୀ ବିନୀତ ଭରଦ୍ୱାଜ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକ୍ଷକ ଡଃ ରୂପଭାନୁ ମିଶ୍ର ଏହି ବୈଠକରେ ଉପସ୍ଥିତ ଜିଲ୍ଲା ସମନ୍ୱୟ କମିଟିର ସମସ୍ତ ଅଧିକାରୀଙ୍କୁ ଏହି ଅଭିଯାନର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ। ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ଏହି ଅଭିଯାନକୁ ଅଧିକରୁ ଅଧିକ ଲୋକାଭିମୁଖୀ କରାଇବାପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ମତାମତ ନେବା ସହିତ ଏହାର ବାର୍ତ୍ତାକୁ ସଠିକ ଭାବରେ ଜନମାନସରେ ଆଦୃତ କରାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ।

ଏହି ବୈଠକରେ ଏ.ଡ଼ି.ପି.ଏଚ.ଓ, ଡଃ ଶାନ୍ତନୁ କୁମାର ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ପୂର୍ଣଚନ୍ଦ୍ର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ରଂଜିତ ସୋରେନ, ଡ଼ି.ପି.ଏଚ.ଓ, ଡଃ ଗି. ଆର. ମୁର୍ମୁ, ଡ଼ି.ପି.ଏମ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶ୍ରୀ ପ୍ରଭୁ ପ୍ରତ୍ୟନ୍ତ ପତି, ଓ ସହକାରୀ ପରିଚାଳିକା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶ୍ରୀମତୀ ସ୍ଵର୍ଣାଳୀକା ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ।