Onn 3

ଉନ୍ନତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ କଲେ ନୂତନ ପ୍ରକଳ୍ପର ଶୁଭାରମ୍ଭ

State

ମୟୂରଭଞ୍ଜ ଜିଲ୍ଲାପାଳ କଲେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ବିଭାଗ ସମ୍ବନ୍ଧୀୟ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା
ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ଦେଲେ ନିର୍ଦ୍ଧେଶ

ଶୁଭାରମ୍ଭ ହେଲା ବି ଏସ କେ ୱାଇ ଟୋଲ ଫ୍ରି ନମ୍ବର

ବାରିପଦା : ରାଜ୍ୟରେ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କର ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଗୁରୁବାର ଦିନ ଆଭାସୀ ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟବାହାରେ ରହୁଥିବା ଓଡ଼ିଆ ମାନଙ୍କର ପରିବାର ବର୍ଗ ମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟକାର୍ଡ ତରଫରୁ ଟୋଲ ଫ୍ରି ନମ୍ବର (୧୮୦୦ ୧୨୦ ୧୨୦ ୧୦୪)ର ଶୁଭାରମ୍ଭ କରିଥିଲେ। ଏହି ଉଦ୍ଘାଟନ ସମୟରେ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସମସ୍ତ କାର୍ଯ୍ୟକର୍ତାଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନେ ଯୋଗ ଦେଇ ଏହି ଜନହିତକର କାର୍ଯ୍ୟକ୍ରମ ର ଲୋକାର୍ପଣରେ ସାମିଲ ହୋଇଥିଲେ। ଇତ୍ୟବସରରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଏହି ବୈଠକରେ ସଭାପତିତ୍ୱ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ରୂପଭାନୁ ମିଶ୍ର ଏବଂ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଏହି ଉନ୍ନତିକରଣ ପ୍ରକଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ମତ ନେଇଥିଲେ। ଏଥି ସହିତ ଜିଲ୍ଲାରେ ଆଗକୁ ହେବାକୁ ଥିବା ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କର କାର୍ଯ୍ୟକାରୀ ସ୍ଥିତି ବିଷୟରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ସ୍ଥିତି ପରଖି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବୈଠକରେ କହିଥିଲେ।

ମୟୂରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ହଲ ଠାରେ ଏହି ଆଭାସୀ ବୈଠକର ଆୟୋଜନ କର ଯାଇଥିବା ବେଳେ, ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ବିଶେଷ କରି ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କାର୍ଯ୍ୟକର୍ତା ଯୋଗ ଦେଇଥିବାର ସୂଚନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ । ସୂଚନା ଥାଉକି, ଉଦ୍ଘାଟନୀ ସମାରୋହରେ 5T (ଟ୍ରାନ୍ସଫର୍ମେସନାଲ୍ ଇନିସିଏଟିଭ୍) ଏବଂ ‘ନବିନ ଓଡିଶା’ର ଚେୟାରମ୍ୟାନ୍ ଭି. କେ ପାଣ୍ଡିଆନ ପ୍ରଥମେ ଏହି ପ୍ରକଳ୍ପ ବିଷୟରେ ବିଷାଦ ମନ୍ତବ୍ୟ ରଖିଥିବା ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମତୀ ଅନୁ ଗର୍ଗ (ଭା.ପ୍ର.ସେ.) ଏବଂ ମାନ୍ୟବର ରାଜ୍ୟ ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟସରକାରଙ୍କର ଏହି ବିକାଶୋନ୍ମୁଖୀ ପଦକ୍ଷେପ ବିଷୟରେ ସମଗ୍ର ରାଜ୍ୟର ଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ଅନୁଯାୟୀ ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ୧୪୦ କୋଟି ଟଙ୍କା ବ୍ୟୟରେ ୧୦୩ଟି ନୂତନ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା ।