Onn 3

ସତ୍ୟସାଧନ ବେଜଙ୍କୁ ଲୋକଶକ୍ତି ପ୍ରତିଭା ସମ୍ମାନ

State

ଆଗରପଡ଼ା:ଚଳିତ ବର୍ଷର ଲୋକଶକ୍ତି ପ୍ରତିଭା ସମ୍ମାନ ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତ ପୂର୍ବତନ ସରପଂଚ ତଥା ବର୍ତ୍ତମାନର ବ୍ଳକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜଙ୍କୁ ପ୍ରଦାନ କରାଯାଇଛି । ସେ ଜଣେ ସୁବକ୍ତା,ଦକ୍ଷ ସଂଗଠକ ଓ ସମାଜସେବୀ ଭାବେ ଅନେକ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି ବୋଲି ଲୋକଶକ୍ତି ପକ୍ଷରୁ ପ୍ରକାଶ କରାଯାଇଛି ।

ବାଲେଶ୍ୱର ସ୍ଥିତ ସେରଗଡ଼ ଠାରେ ଆୟୋଜିତ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ରାଗିଣୀଦେବୀଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଅତିଥିଭାବେ ଭଦ୍ରକ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବରିଷ୍ଠ ସାମ୍ବାଦିକ କୁଳମଣୀ ବାରିକ, ବିପ୍ଲବ ମହାନ୍ତି,ସଙ୍ଗୀତଜ୍ଞ ଅମୃତାଂଶୁ ପଟ୍ଟନାୟକ ଏବଂ ଲୋକଶକ୍ତି ସଂପାଦକ ରବିନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ରହି ସତ୍ୟସାଧନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରିଛନ୍ତି ।