Onn 3

ଯୁବ ଇଂ ଅରୁଣାଭଙ୍କ ଅକାଳ ବିୟୋଗ

State

ଆଗରପଡ଼ା:ବନ୍ତ ବ୍ଲକ ବଡ଼ମହିଁଷଗୋଠ ଅନ୍ତର୍ଗତ ନରାଜପୁର ଗ୍ରାମର ପନ୍ମନାଭ ପାଣିଗ୍ରାହୀଙ୍କ ପୁଅ ଇଂ ଅରୁଣାଭଙ୍କ ୪୦ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅକାଳ ବିଯୋଗ ଘଟିଛି । ସେ ଜଣେ ଶାନ୍ତ, ସରଳ, ପରୋପକାରୀ ଯୁବକ ଥିଲେ । ତାଙ୍କର ପତ୍ନୀ ଓ ଗୋଟିଏ ୨ବର୍ଷର ପୁଅ ଅଛନ୍ତି । କାଙ୍କ ମରଶରୀର ପହଁଚିବା ପରେ ଏଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଏହି ଖବର ପାଇ ପୂର୍ବତନ ସରପଂଚ ରବିନାରାୟଣ ମହାନ୍ତି, ବ୍ଳକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ ,ଯୁବନେତା ପ୍ରୀତିଶ ଶତପଥୀ, ଦୀପକ ମହାନ୍ତି, ଅମୁଲ୍ୟରତ୍ନ ନନ୍ଦ ପ୍ରମୁଖ ତାଙ୍କ ବାସଭବନରେ ପହଁଚି ମରଶରୀରକୁ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କର ଅକାଳ ବିୟୋଗରେ ଶୋକର ଛାୟା ଖେଳି ଯାଇଛି ।