Onn 3

ଜେଜେ ମା’ଙ୍କ ଅଭିଯୋଗ, ଦେଢ଼ବର୍ଷର ଶିଶୁକନ୍ୟାକୁ ତଣ୍ଟିଚିପି ଦେଲା ମା

State

ଆଜି: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଉଗୁଡ଼ା ଗ୍ରାମରେ ରବିବାର-ସୋମବାର ରାତିରେ ୩ ଛୁଆଙ୍କ ସହିତ ମା’ କୂଅକୁ ଡେଇଁବା ଘଟଣାକୁ ରାଜ୍ୟବାସୀ ଭୁଲି ନାହାନ୍ତି। ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଳି ଥାନା ଅନ୍ତର୍ଗତ ପଦନିପାଳ ଗାଁରେ ସୋମବାର ରାତିରେ ଜଣେ ମହିଳା ନିଜେ ଜନ୍ମ କଲା ଦେଢ଼ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ତଣ୍ଟିଚିପି ହତ୍ୟା କରିଛି। ଅଭିଯୁକ୍ତ ମହିଳାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ସୋମବାର ରାତିରେ ମା’ ପାଖରେ ଦେଢ଼ବର୍ଷର ଶିଶୁକନ୍ୟା ଓ ତିନି ବର୍ଷର ପୁଅ ଶୋଇଥିଲେ। ହେଲେ ଆଜି ସକାଳୁ ସମସ୍ତେ ଉଠିବା ପରେ ଦେଖିଥିଲେ ଯେ, ଶିଶୁକନ୍ୟାର ନାକରୁ ରକ୍ତସ୍ରାବ ହେଉଛି। ସଙ୍ଗେ ସଙ୍ଗେ ଶିଶୁକନ୍ୟାକୁ ଧରି ଜେଜେ ମା’ ବାସନ୍ତୀ ମହାନ୍ତି ଓ ଜେଜେ ବାପା ଅଶୋକ ମହାନ୍ତି ସ୍ଥାନୀୟ କଣ୍ଡିଆହାଟ ସ୍ୱାସ୍ଥ୍ୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହାପରେ ତାର ମା’ ଶିଶୁକନ୍ୟାକୁ ହତ୍ୟା କରିଥିବା ନେଇ ଆଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଶିଶୁକନ୍ୟାର ମା’ ରଶ୍ମିତା ମହାନ୍ତିଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ରଶ୍ମିତାଙ୍କ ସ୍ବାମୀ ଦିଲ୍ଲୀରେ ରହି ପାଇପ୍‌ କାମ କରନ୍ତି।