Onn 3

ନିଜ ଦରମାରୁ ଭତ୍ତା ବାଣ୍ଟିଲେ ବିଧାୟକ

State

ଆଗରପଡ଼ା:ଗୁରୁବାର ବନ୍ତ ବ୍ଳକ ପରିସରରେ ଉକ୍ତ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର ଭତ୍ତା ପାଇନଥିବା ୨୩ ଜଣ ହିିତାଧିକାରୀଙ୍କୁ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ନିଜ ଦରମାରୁ ଭତ୍ତା ପ୍ରଦାନ କରିଥିବା ଜଣା ପଡ଼ିଛି । ଏଥିରେ ବିଧାୟକ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ, ବ୍ଳକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବ୍ଲକ ଉନ୍ନୟନ ଅଧିକାରୀ ପ୍ରଦୀପ ସେଠୀ, ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବନ୍ତ ପଂଚାୟତ ସମିତି ସଭ୍ୟ ପରମେଶ୍ୱର ବାରିକ, ଯୁବ ନେତା ଭବେନ୍ଦ୍ର ସାହୁଙ୍କ ସମେତ ପଂଚାୟତ ସ୍ତରୀୟ ନେତୃତ୍ୱ ଉପସ୍ଥିତ ଥିଲେ ।