Onn 3

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା : ଭିଡିଓ ଫୁଟେଜ ଆଧାରରେ ୧୯ ଅଭିଯୁକ୍ତ ଗିରଫ

Crime State

କନ୍ଧମାଳ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଆକ୍ସନ ମୁଡରେ ପୋଲିସ। ଭିଡିଓ ଫୁଟେଜ ଆଧାରରେ ୧୯ ଅଭିଯୁକ୍ତ ଗିରଫ । ଅନ୍ୟମାନଂକୁ ଖୁବଶୀଘ୍ର ଚିହ୍ନଟ କରାଯିବ । ଆକ୍ରମଣରେ ଗୁରୁତର ଏସଆଇଙ୍କୁ କଟକ ସ୍ଥାନାନ୍ତର କରଯାଇଛି । ଏହି ଘଟଣା ପରେ ଥାନା ଆଇଆଇସିଂକୁ ବଦଳି କରାଯାଇଛି । ୨ ହୋମଗାର୍ଡ କାର୍ଯ୍ୟରୁ ବିଦା ହୋଇଛନ୍ତି ।

ଗତକାଲି ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ହୋଇଥିଲା । ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସହଯୋଗ କରିବା ଓ ଚାଲାଣରେ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଅଭିଯୋଗରେ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକ । କିଛି ସମୟ ପରେ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା । ଥାନା ଭିତରେ ଧସେଇ ପଶିଥିଲେ ଆନ୍ଦୋଳନକାରୀ । ଥାନା ଓ ବହୁ ଗାଡ଼ି ଜାଳି ଦେବା ସହ ପୋଲିସକୁ ଗୋଡ଼େଇ ପିଟିଥିଲେ। ଆକ୍ରମଣର ଶିକାର ହୋଇଥିଲେ ଏସଡିପିଓ, ଜହସିଲାଦାର ଓ ଏସଆଇ । କେବଳ ସ୍ଥାନୀୟ ଲୋକଙ୍କ ଆକ୍ରୋଶରୁ ତୁମୁଳକାଣ୍ଡ ହେଲା କି ? ନା ଗଞ୍ଜେଇ ମାଫିଆ ବଡ଼ ଷଡଯନ୍ତ୍ର କରିଥିଲେ ? ଫୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସତ ସାମନାକୁ ଆସିବ ।