Onn 3

ସୁକରପଡ଼ା ବଜାରରେ ବସ ଦୁର୍ଘଟଣା

State

ନିଶ୍ଚିନ୍ତକୋଇଲି:କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ସୁକରପଡ଼ା ବଜାରରେ ରବିବାର ସକାଳେ ଏକ ଯାତ୍ରୀବାହ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଥିଲା ବେଳେ କେତେଜଣ ଯାତ୍ରୀଙ୍କ ର ସାମାନ୍ୟ ଖଣ୍ଡିଆ ଖାବରା ଓ ଦେହରେ ଆଘାତ ଲାଗିଥିଲା । ଆଜି ସକାଳୁ ବାଦାମବାଡ଼ି ରୁ ରାଜକନିକା ଯାଉଥିବା ବୈଶାଖୀ ନାମକ ଯାତ୍ରୀବାହୀ ବସଟି ସୁକରପଡ଼ା ବଜାରରେ ଏକ ଏସିଡ଼ି ଟ୍ୟାଙ୍କର ର ପଛପଟେ ପିଟି ହୋଇଥିଲା ।

ବସର ଆଗେଆଗେ ଏସିଡ଼ ଟ୍ୟାଙ୍କର ଟି ପାରାଦ୍ୱୀପ ଅଭିମୁଖେ ଯାଉଥିଲାବେଳେ ସୁକରପଡ଼ା ବଜାର ନିକଟରେ ହଠାତ୍ ବ୍ରେକ ହୋଇଯିବାରୁ ବସଟି ପଛପଟ ରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବସର ଆଗ କାଚ ଭାଙ୍ଗିଯିବା ସହିତ ଗୋଟିଏ ପାଶ୍ୱର୍ ଚେପା ହୋଇଥିଲା ବେଳେ ଯାତ୍ରୀମାନେ ସୁରକ୍ଷିତ ଥିଲେ । ଘଟଣାସ୍ଥଳରୁ ଏସିଡ଼ ଟ୍ୟାଙ୍କରଟି ଖସି ପଳେଇଯାଇଥିଲା ବେଳେ ପୋଲିସ ହେପାଜତରେ ବସଟି ସେଠାରେ ରହିଥିଲା ।