Onn 3

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଏକକ ଲୋକନୃତ୍ୟ ପ୍ରତିଯୋଗିତା

Religion and Cult

ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ନିଶ୍ଚିନ୍ତକୋଇଲି ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାଦାନ ସହିତ ବୈଦ୍ଧିକ ବିକାଶ ପାଇଁ ବିଭିନ୍ନ ପାରିପାଶ୍ୱିର୍କ ଶିକ୍ଷା ପ୍ରଦାନ କରାଯାଉଛି । ଏପରିକି ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ରହିଥିବା ଅନ୍ତନିର୍ହିତ ଗୁଣର ବିକାଶପାଇଁ ବିଭିନ୍ତ ସହ ପାଠ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଏହି ଅବସରରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟକୁ ଉଜ୍ଜିବିତ କରିବା ପାଇଁ ଛାତ୍ରୀମାନଙ୍କ ମଧ୍ୟରେ ଏକକ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।

ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ହିନ୍ଦୀ ଶିକ୍ଷକ ସୋନାଲି ମଲିକ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ହେମାଗ୍ନୀ ନାୟକ ବିଚାରକ ଭାବେ ଏଥିରେ ଯୋଗ ଦେଇଥିଲା ବେଳେ ଶିକ୍ଷକ ବିଜୟିନୀ ରାଉତ, ଲକ୍ଷ୍ମୀଧର ସାହୁ ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନାରେ ସହଯୋଗ କରିଥିଲେ ।