Photo For The News Of Road

ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା

Religion and Cult

ଆଗରପଡ଼ା: ବନ୍ତ ବ୍ଳକ ଓଡ଼ଙ୍ଗ ପଂଚାୟତ ତୋଟାସାହୀ ଅନ୍ତର୍ଗତ ଠାକୁରଗଡ଼ିଆ ଗ୍ରାମକୁ ନିର୍ମିତ କଂକ୍ରିଟ ରାସ୍ତା ମରାମତି ଅଭାବରୁ ନଷ୍ଟ ହୋଇଯାଇଥିବାରୁ ଏହା ଗମନାଗମନରେ ଘୋର ସମସ୍ୟା ସୃଷ୍ଟି କରିଛି । ଉକ୍ତ ରାସ୍ତା ଦେଇ ପ୍ରତିଦିନ କୁନିକୁନି ପିଲା ଅଙ୍ଗନବାଡ଼ି ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଏବଂ କଲେଜକୁ ଅଧ୍ୟୟନ ପାଇଁ ଯାଆଆସ କରିଥିବା ବେଳେ ଗ୍ରାମବାସୀ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥାନ୍ତି । ରାତ୍ରୀ ସମୟରେ ଏହି ରାସ୍ତା ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଉକ୍ତ ଗ୍ରାମର ପାଖାପାଖି ୧୫୦ ରୁ ଉର୍ଦ୍ଧ ବାସିନ୍ଦା ଗମନାଗମନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଉକ୍ତ ରାସ୍ଥାର ସ୍ଥାୟୀ ମରାମତି ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ଠାରେ ଦାବି କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ସେମାନେ ଅଭିଯୋଗ କରୁଛନ୍ତି । ତେଣୁ ଉକ୍ତ ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।