Toll

ପଶୁମାନଙ୍କ ପ୍ରତି ନିଷ୍ଠୁରତାକୁ ରୋକିବା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର ୧୯୬୨

Religion and Cult

ବାରିପଦା : ରାସ୍ତାରେ ବୁଲୁଥିବା ଯିବା ଜନ୍ତୁ ମଧ୍ୟ ମଣିଷ ସମାଜର ଏକ ଅବିଛେଦ୍ୟ ଅଙ୍ଗ ଏଣୁ ସେମାନଙ୍କ ସୁରକ୍ଷା ମଧ୍ୟ ମଣିଷର କର୍ତ୍ତବ୍ୟ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଶୁମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଟୋଲ ଫ୍ରି ନମ୍ବର ୧୯୬୨କୁ ଜନାଦୃତ କରାଇବା ପାଇଁ ଏବଂ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ କୁ ସମ୍ପୂର୍ଣ୍ଣ ଏହି ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରିବାପାଇଁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଏକ ବୈଠକରେ କହିଥିଲେ। ତେଣୁ ଯେଉଁ ଯେଉଁ ସ୍ଥାନରେ ବୁଲା ଜୀବ ଜନ୍ତୁଙ୍କ ସୁରକ୍ଷା ହୋଇ ପାରୁନାହିଁ କିମ୍ବା ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନ କିଭଳି ସଜାଗ ରହିବ, ସେ ବିଷୟରେ ସବିଶେଷ ଆଲୋଚନା କରା ଯାଇଥିଲା। ସ୍ଥାନୀୟ ବାରିପଦା ସହରରେ ସରକାରଙ୍କ ଦ୍ୱାରା ପ୍ରାଧିକୃତ ଅଣ ସରକାରୀ ସ୍ବେଚ୍ଛାକୃତ ସଂଗଠନର କାର୍ଯ୍ୟକାରିତାକୁ ଏକ ବର୍ଷ ବଢାଇବା ସହିତ ଏହାର ଉପଯୋଗୀତାକୁ କିଭଳି ଆହୁରି ଲୋକ ମାନଙ୍କ ପାଖରେ ପହଞ୍ଚାଯିବ ସେ ବିଷୟରେ ବୈଠକରେ ଜିଲ୍ଲାପାଳ କହିଥିଲେ। ଏହି ବୈଠକରେ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ କଳ୍ପତରୁ ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା , ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡଃ ଅରକେନ୍ଦୁ ପାତ୍ର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡଃ ଦେବବ୍ରତ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିସ୍ବରାଜ ବେହେରା, ସଭାପତି ରାଇରଙ୍ଗପୁର ଗୋଶାଳା, ଶ୍ରୀ ରବି କୁମାର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ପଶୁମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତାକୁ ରୋକିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କ ସହିତ ପର୍ଯ୍ୟାଲୋଚନା କରିଥିଲେ।