Img 20240625 Wa0227

ମୟୁରଭଞ୍ଜ ଜିଲ୍ଲା ୧୯ ବର୍ଷରୁ କମ କ୍ରିକେଟ ଦଳ ଘୋଷିତ

sports

ବାରିପଦା: କଟକ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଓ ସି ଏ ୧୯ ବର୍ଷରୁ କମ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ – ୨୦୨୪ ପାଇଁ ୧୫ ଜଣିଆ ମୟୁରଭଞ୍ଜ ଦଳ ଘୋଷିତ ହୋଇଯାଇଛି I ଏହି ଦଳରେ ଲୋକନାଥ ପୃଷ୍ଟି ( ଅଧିନାୟକ ), ସାହିଲ ମହାନ୍ତ ( ଉପ ଅଧିନାୟକ ) ସମେତ ଜୟ କୁମାର, ବିପ୍ରାଂଶୁ ସିଂହ, ରୋଶନ ଚୌଧୁରୀ, ସୁରେଇ ହେମ୍ବ୍ରମ, ଚନ୍ଦନ ସିଂହ, ବିନାୟକ ସାହୁ, ଆୟୁଷ ଗିରି, ମୋହିତ ପ୍ରହରାଜ, ମହମ୍ମଦ ରାଜା, ଲୋହିତ କୁମାର ଜେନା, ଅଙ୍କିତ ଅମନ ଦାସ, ଦିବ୍ୟ ରଞ୍ଜନ ସାହୁ ଓ ଭବାନୀ ଶଙ୍କର ମହାଲିକ ସାମିଲ ଅଛନ୍ତି I ସାହେବା ସିଂ କୋଚ ଓ ମ୍ୟାନେଜର ଭାବେ ଦଳ ସହିତ ଗସ୍ତ କରିବେ I ଦଳ ଚୟନରେ ଯୋଗେଶ୍ୱର ପାଲବାବୁ, ରାମେଶ୍ୱର ମାଝୀ, ଦିଲ୍ଲୀପ କୁମାର ଦାସ ଓ ପ୍ରଭାତ ମହାନ୍ତି ପ୍ରମୁଖ ସହାୟତା ପ୍ରଦାନ କରିଥିଲେ I ଖବର ପାଇ ଜିଲ୍ଲାପାଳ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସଭାପତି ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଦଳର ସଫଳତା କାମନା କରିଛନ୍ତି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ତରଫରୁ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସମ୍ପାଦକ ହର ପ୍ରସାଦ ପାତ୍ର, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ବିଜୟ କୁମାର ଦାସ (ମଣ୍ଟୁ ଦା), ଗଦାଧର ବେହେରା, ଯୋଗ ପ୍ରଶିକ୍ଷକ ଜ୍ୟୋତି ରଞ୍ଜନ ଦାସ ଓ ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ ୨୭ ତାରିଖ ଦିନ ଦେବଗଡ଼ ସହିତ ଖେଳିବ ବୋଲି କ୍ରିକେଟ ସମ୍ପାଦକ ଶ୍ରୀ ପାତ୍ର ଜଣାଇଛନ୍ତି I