Medal Holders Of Mayurbhanj District In Power Lifting Competition

ରାଜ୍ୟ ଶକ୍ତିଉତ୍ତେଳନ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲାର ସଫଳତା

sports

ଛଅ ସ୍ୱନ୍ନ ପଦକ , ଗୋଟିଏ ରୈାପ୍ୟ ଏବଂ ତିନିଗୋଟି ବ୍ରଞ

ବାରିପଦା: ଚଳିତ ମାର୍ଚ ମାସ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭୂବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ରାଜ୍ୟ ଶକ୍ତିଉତ୍ତେଳନ ପ୍ରତିଯୋଗିତାରେ ମୟୁରଭଞ ଜିଲା ର ବଡ ସଫଳତା । ମୟୁରଭଞ ଜିଲାର କୃତୀ ପ୍ରତିଯୋଗୀମାନେ ଛଅ ଗୋଟି ସ୍ୱନ୍ନ ପଦକ ସହ ଗୋଟିଏ ରୈାପ୍ୟ ଏବଂ ତିନିଗୋଟି ବ୍ରଞ ପଦକ ହାସଲ କରିଛନ୍ତି । ମହିଳା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ୬୩ କେଜି ବର୍ଗରେ ଦେବୀ ସିଂ , ୫୨ କେଜି ବର୍ଗରେ ପ୍ରଭାତୀ ସିଂ , ୪୭ କେଜି ବର୍ଗରେ ସୈାମ୍ୟପ୍ରଭା ଟୁଡୁ , ୫୨ କେଜି ବର୍ଗରେ (ଜୁନିଅର) ଧରିତ୍ରୀ ମହାନ୍ତ ପ୍ରମୁଖ ସ୍ୱନ୍ନ ପଦକ ଏବଂ ୮୪ କେଜି ବର୍ଗରେ ମାମୁନି ପଲେଇ ବ୍ରଞ ପଦକ ବିଜେତା ହୋଇଥିବାବେଳେ ପୁରୁଷ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ୬୬ କେଜି ବର୍ଗରେ ପ୍ରବୀର ପୃଷ୍ଟି , ୫୯ କେଜି ବର୍ଗରେ ରଞନ ହାଁସଦା ପ୍ରମୁଖ ସ୍ୱନ୍ନ ପଦକ , ୮୩ କେଜି ବର୍ଗରେ ଚନ୍ଦନ ମହାନ୍ତ ରୈାପ୍ୟ ଏବଂ ୫୩ କେଜି ବର୍ଗରେ (ଜୁନିଅର) ବିକ୍ରମରାଜ ମହାନ୍ତ ଓ ୭୪ କେଜି ବର୍ଗରେ(ସବ ଜୁନିଅର) ଲଳିତ ମହାନ୍ତ ବ୍ରଞ ପଦକ ହାସଲ କରିଛନ୍ତି । ଜିଲା ଶକ୍ତିଉତ୍ତୋଳନ ସଂଘର ସଂପାଦକ ନବ କୁମାର ସାହୁ , ଉପଦେଷ୍ଟା ଗିରିଶ ଚନ୍ଦ୍ର ଦାସ , ଉପସଭାପତି ରବୀନ୍ଦ୍ର କୁମାର ମହାନ୍ତି , ସହ ସଂପାଦକ ସତ୍ୟବ୍ରତ ବେହେରା , ରାଜେନ୍ଦ୍ର ପରିଡା, ସୁମିତ କୁମାର ସାହୁ , ନୀତେଶ ବାରିକ ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ କ୍ରୀଡା ପ୍ରେମୀମାନେ କୃତୀ ପ୍ରତିଯୋଗୀମାନଙ୍କୁ ଶୁଭେଛା ଜଣଇଛନ୍ତି । ଏହି ସଫଳତାକୁ ନେଇ ଜିଲା କ୍ରୀଡା ମହଲରେ ଆନନ୍ଦର ଲହରୀ ଖେଳିଯାଇଅଛି ।