Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନୁଆ-ଓ ପ୍ରାୟୋଜିତ କ୍ରୀଡ଼ା ପ୍ରତିଯୋଗିତା

sports State

ବାରିପଦା: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୁଆ-ଓ ପ୍ରାୟୋଜିତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କ୍ରୀଡ଼ା ପ୍ରତିଯୋଗିତା ବୁଧବାର ଠାରୁ ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପ୍ରତିକୂଳ ପାଗ ସତ୍ତ୍ୱେ କ୍ୟାରମ, ବ୍ୟାଡ୍‌ମିଣ୍ଟନ ଓ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ହୋଇଥିବା କବାଡ଼ି ପ୍ରତିଯୋଗିତା ସମାରୋହରେ ମୟୂରଭଞ୍ଜର ପ୍ରାକ୍ତନ ସାଂସଦ ତଥା ମନ୍ତ୍ରୀ ଶ୍ରୀମତି ସରୋଜିନୀ ହେମ୍ବ୍ରମ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ନିମିତ୍ତ ଏହା ଏକ ଉଚିତ ପଦକ୍ଷେପ ବୋଲି ମତବ୍ୟକ୍ତ କରିବା ସହିତ ବିଶ୍ୱବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମର ସମସ୍ତ ପ୍ରକାର ଆୟୋଜନକୁ ପ୍ରଶଂସା କରିଥିଲେ ।

ସମ୍ମାନିତ ଅତିଥି ରୂପେ ବାରିପଦା ମ୍ୟୁନିସିପାଲିଟିର ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ-ନଗରପାଳ ସୀମା ଦାସ, ୱାର୍ଡ୍‌ କାଉନ୍‌ସିଲର ଶିବଶଙ୍କର ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌ ହିମବିନ୍ଦୁ ଓ ବିଶ୍ୱବିଦ୍ୟାଳୟ ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । କ୍ରୀଡ଼ା ସଂସଦର ସଂପାଦକ ତଥା ସହଯୋଗୀ ପ୍ରଫେସର ଡ. ପ୍ରଭଞ୍ଜନ ମଲ୍ଲିକ, ବିଶ୍ୱବିଦ୍ୟାଳୟ ଆଥ୍‌ଲେଟିକ କ୍ଲବ୍‌ର ଉପ-ସଭାପତି ସହଯୋଗୀ ପ୍ରଫେସର ଡ. ବିଶ୍ୱଜିତ ରଥ, ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା, ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା, ଡ. ଯତୀନ୍ଦ୍ରନାଥ ବେଶ୍ରା, ଡ. ଦେବବ୍ରତ ନନ୍ଦୀ, ଡ. ସସ୍ମିତା ନାୟକ, ଡ. ବିଚିତ୍ରନାଥ ସାହୁ, , ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, କ୍ରୀଡ଼ା ସଂସଦର କର୍ମଚାରୀ ଶ୍ରୀ ଉଜିତ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।