Onn 3

ଆଦିବାସୀ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର ଜନିତ କ୍ୟବିନେଟ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ଓ ରାଜ୍ୟରେ ପେସା ଆଇନ ଲାଗୁ କରିବା ଦାବିରେ ବିଶାଳ ଆଦିବାସୀ ସମାବେଶ

State

zz

ଭୁବନେଶ୍ୱର : ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର କୁ ନିଷେଧ କରୁଥିବା ଆଇନ 1956 ର ରେଗୁଲେସନ 2, କୁ ସଂଶୋଧନ ମାଧ୍ୟମରେ, ବଡ ଶିଳ୍ପପତି ଓ ପୁଞ୍ଜିପତିଙ୍କ ସ୍ୱାର୍ଥରେ ବେଆଇନ ଭାବେ ଆଦିବାସୀ ଜମି କୁ ଅଣ ଆଦିବାସୀ ଙ୍କୁ ହସ୍ତାନ୍ତର ପାଈଁ କ୍ୟାବିନେଟ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର, ଭାରତ ବର୍ଷର ଅନ୍ୟ ଆଠଟି ରାଜ୍ୟଭଳି ପେସା ଆଇନ 1996 କୁ କାଳ ବିଳମ୍ବ ନକରି ଲାଗୁ କରିବା ଓ ଜଙ୍ଗଲ ଜମି ଅଧିକାରୀ ଅନୁଯାୟୀ ପଟା ଯୁଦ୍ଧକାଳୀନ ଭିତିରେ ବଣ୍ଟନ କରିବା ଦାବିରେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ବିଶାଳ ଆଦିବାସୀ ବିକ୍ଷୋଭ ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି l

ଓଡିଶା ରାଜ୍ୟ ପେସା ଗ୍ରାମସଭା କୋର୍ଡିନେସନ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାବେଶରେ ରାଜ୍ୟର ପ୍ରାୟ ତେରୋଟି ଆଦିବାସୀ ବହୁଳ ଜ଼ିଲ୍ଲାରୁ ଆସିଥିବା ସହ ସହ ଆଦିବାସୀ ପାରମ୍ପରିକ ବେଶଭୂଷା ଓ ବାଦ୍ୟଯନ୍ତ୍ର ଧରି ମାଷ୍ଟରକେଣ୍ଟିନ ଠାରୁ ପିଏମଜି ଆଡକୁ ଶୋଭାଯାତ୍ରାରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଳ

ସମାବେଶ ରେ ଉଦବୋଧନ ଦେଇ ରାଜ୍ୟ ସଭାପତି ବୁଦ୍ଧିଆ ଯୋଜୋ କହିଥିଲେ ଯେ ଓଡିଶା ର ପ୍ରାୟ ତେରଟି ଆଦିବାସୀ ବହୁଳ ଜ଼ିଲ୍ଲାରେ ବହୁତ କମ ସଂଖ୍ୟକ ଆଦିବାସୀ ଙ୍କ ଜମି ଅଛି, ଅନେକ ଆଦିବାସୀଙ୍କ ଜମି ନାହିଁ ଜଙ୍ଗଲ ଜମିରେ ଚଷା କରି ପେଟ ପଡୁଛନ୍ତି, ଜଙ୍ଗଲ ଅଧିକlର ଆଇନ ଅନୁଯାୟୀ ଏ ପର୍ଯ୍ୟନ୍ତ ଅନେକ ଯୋଗ୍ୟ ଆଦିବାସୀ ଙ୍କୁ ପଟା ବଣ୍ଟନ କରାଯାଇନାହିଁ, ସେଥିରେ ପୁଣି ରାଜ୍ୟ ସରକାର ଥିବl ଅଳ୍ପ କିଛି ଜମିକୁ ଅଣ ଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଈଁ ଷଢ଼ଯନ୍ତ୍ର କରୁଛନ୍ତି l

ସଂଗଠର ଉପଦେଷ୍ଟା ତଥା ପରିବେଶବିତ ସୁଦର୍ଶନ ଛୋଟରାୟ କହିଥିଲେ 1996 ରୁ ଦେଶରେ ପେସା ଆଇନ ଲାଗୁ ହୋଇଥିଲା ବେଳେ, ଦୀର୍ଘ 27 ବର୍ଷ ବିତି ଯାଇଥିଲେ ମଧ୍ୟ, ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି l ଏହି ଆଇନ ଦ୍ୱାରା ଆଦିବାସୀଙ୍କ ପରମ୍ପରା, ସଂସ୍କୃତି, ଏ୍ୟାତିହ ତଥା ଜଳ, ଜଙ୍ଗଲ, ଜମି ଓ ପରିବେଶ ସୁରକ୍ଷିତ ରହିପାରିବ ଳ

ଅନ୍ୟତମ ବକ୍ତା ତଥା ସମ୍ପାଦକ ପାଣ୍ଡୁରାମ ହେମ୍ବ୍ରମ କହିଥିଲେ ରାଜ୍ୟ ସରକାର ତୁରନ୍ତ ଜମି ହସ୍ତାନ୍ତର ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର ନକଲେ ରାଜ୍ୟବ୍ୟାପି ଆଦିବାସୀ ଆନ୍ଦୋଳନ ସଂଗଠିତ କରାଯିବଳ

ରାଜ୍ୟର ପ୍ରାୟ ଚାଲିଶ ଭାଗ ଜମି ସମ୍ବିଧାନ ର ପଞ୍ଚମ ଅନୁଛେଦ ଅନୁଯାୟୀ ସିଢୁଲ ବା ସରାଂକ୍ଷିତ ଆଦିବାସୀ ଅଂଚଳ ହୋଇଥିଲା ବେଳେ ସରକାର କାହିଁକି କାଳ ବିଳମ୍ବ କରୁଛନ୍ତି ସେ ନେଇ ପ୍ରତିନିଧି ମାନେ ଉଦବେଗ ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମଳ କମାଲ, ଦୁର୍ଗା ଚରଣ ମlଣ୍ଡି, ପ୍ରକାଶ କେରକେତା, ଅଶୋକ ସିଂହ ଓ ମଙ୍ଗଳ ଭୂମିଜ ପ୍ରମୁଖ ନେତୃତ୍ୱ ନେଇଥିଲେ l