Onn 3

ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ

State

ବାରିପଦା: ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ବିଭାଗ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ହକି ଏସୋସିଏସନ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି I ଆଜି ସକାଳେ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ ବାରିପଦା ଷ୍ଟାଡିୟମ ଠାରୁ ଏକ ରାଲି ବାହାରି ସହର ପରିକ୍ରମା କରି ଷ୍ଟାଡିୟମ ପରିସରରେ ପହଂଚିଥିଲା I ଏଥିରେ ଏମ କେ ସି ଉଚ୍ଚ ବିଦ୍ୟାଳୟ, ବାରିପଦା କଲେଜ, ପି ସି ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର, ସ୍ପୋର୍ଟସ ହଷ୍ଟେଲ ଓ ଲାଲଟୁ ଇଣ୍ଡିପେନଡେଂସ ସ୍ପୋର୍ଟସ ଗ୍ରୁପର ପ୍ରାୟ 200 ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାରିପଦା ଉପ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ପିଲା ମାନଙ୍କୁ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ I

ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅମର କୁମାର ସେଠି, ବୈଦ୍ୟନାଥ ରଥ, ଅଶୋକ କୁମାର ପଟ୍ଟନାୟକ, କ୍ରୀଡ଼ାବିତ ବିଜୟ କୁମାର ଦାସ ( ମଣ୍ଟୁ ଦା ), ଉମେଶ ସାହୁ, ବରିଷ୍ଠ କୋଚ କୁମାର ରଞ୍ଜନ ପଣ୍ଡା ଓ ବିଶିଷ୍ଟ କ୍ରୀଡ଼ାବିତ ଦିବ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ I ଶେଷରେ ଷ୍ଟାଡିୟମ ପରିସରରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମତିଥିରେ ତାଙ୍କ ଫୋଟୋ ଚିତ୍ରରେ ଶ୍ରାଦ୍ଧ ସୁମନ ଅର୍ପଣ କରିଥିଲେ I ଏହି ଅବସରରେ ଚାନ୍ଦୁଆ ଏସ ଏସ ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାରିପଦା ଡିଗ୍ରୀ ମହାବିଦ୍ୟାଳୟ, ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ତଥା ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ବାଳକ ଓ ବାଳିକାଙ୍କୁ ନେଇ ଗଠିତ ଦଳ ମଧ୍ୟରେ ପ୍ରଦର୍ଶନୀ ହକି ମ୍ୟାଚ ଅନୁଷ୍ଠିତ ହୋଇଥିଲା I