Photo For The News Of Ragbi

ରଗବୀରେ ତିଲୋତ୍ତମାଙ୍କୁ ସ୍ୱର୍ଣ୍ଣ ପଦକ

sports

ଆଗରପଡ଼ା :ପୁନେ ସ୍ଥିତ ଶିବ ଛତ୍ରପତି ସ୍ପୋର୍ଟସ କମ୍ପେ୍ଲକ୍ସରେ ଖେଳାଯାଇଥିବା ସିନିୟର ମହିଳା ଜାତୀୟ ରଗବୀ ୭ଏସ ଚମ୍ପିଅନସିପର ଫାଇନାଲ ମ୍ୟାଚରେ ଓଡ଼ିଶା ବିହାରକୁ ୧୭-୫ରେ ପରାସ୍ତ କରି ଚମ୍ପିଅନ ଆଖ୍ୟା ଅର୍ଜନ କରିଛି । ଉକ୍ତ ଦଳରେ ବନ୍ତ ବ୍ଲକ ଅନ୍ତର୍ଗତ ମହାନ୍ତିପଡ଼ା ପଂଚାୟତର କୁଣ୍ଡି ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ଝିଅ ତିଲୋତ୍ତମା ଅଂଶଗ୍ରହଣ କରି ସ୍ୱର୍ଣ୍ଣପଦକ ହାସଲ କରିଥିବା ଜଣାପଡ଼ିଛି । ଉକ୍ତ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଖୁସିର ବାତାବରଣ ଖେଳି ଯାଇଛି ।