Img 20240322 Wa0210

ଭ୍ରଷ୍ଟାଚାରୀ ବିଜେପି ସରକାର ଅସାମ୍ବିଧାନିକ ଇଲେକଟୋରାଲ ବଣ୍ଡ ମାଧ୍ୟମରେ ଆଦାୟ କରିଥିବା ପାଣ୍ଠିକୁ ଵାଜ୍ୟାପ୍ତି କର: ସିପିଆଇ

State

ବାରିପଦା: ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମୟୂରଭଞ୍ଜ ଜିଲ୍ଲା କମିଟି ବୈଠକ ପାରାଓ ହାଂସଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଅସାମ୍ବିଧାନିକ ଓ ବେଆଇନ ଇଲେକଟୋରାଲ ବଣ୍ଡ ମାଧ୍ୟମରେ ହାତେଇଥିବା ବିଜେପି ଜମାଖାତାର ସମ୍ପୁର୍ଣ୍ଣ ଅର୍ଥ ବାଜ୍ୟାପ୍ତି ପାଇଁ ଦାବି କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ଭୟରେ ପ୍ରତିହିଂସା ପରାୟଣ ବିଜେପି କ୍ଷମତା ବିରୋଧୀ ରାଜନୈତିକ ମେଣ୍ଟର ନେତାମାନଙ୍କୁ ଜେଲରେ ରଖିବାର ଷଡ଼ଯନ୍ତ୍ର ଚଳାଇଛି। ଦିଲ୍ଲୀ ସରକାରଙ୍କ ମଦ ନୀତି ଯୋଗୁଁ କମ୍ପାନୀମାନେ ଲାଭବାନ ନେଇଥିବା ଅଭିଯୋଗରେ ଯଦି ମନୀଷ ଶିସୋଦିଆ ଓ କେଜୁରୀଓଆଲକୁ ଗିରଫ କରି ଜେଲ ପଠାଯାଉଛି, ଅସାମ୍ବିଧାନିକ ଓ ବେଆଇନ ଇଲେକଟୋରାଲ ବଣ୍ଡ ଚାନ୍ଦା ନେଇ କ୍ଷମତା ହାତେଇଥିବା ନରେନ୍ଦ୍ର ମୋଦୀଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଇଛି। ଦେଶର ଜନଗଣଙ୍କୁ ଔଷଧ ପରିବର୍ତ୍ତେ ନିମ୍ନ ମାନର ଟିକା ଇଲେକୋଟରାଲ ବଣ୍ଡ ମାଧ୍ୟମରେ ଚାନ୍ଦା ନେଇ ଗଣହତ୍ୟାର ଷଡ଼ଯନ୍ତ୍ରର ଖଳନାୟକଙ୍କ ଦଳ ବିଜେପିର ବ୍ୟାଙ୍କ୍ ଜମା ଜବତ୍ କରି ଅର୍ଥ ବାଜ୍ୟାପ୍ତି କରିବା ପାଇଁ ଦାବି କରାଯାଇଛି। ଏହି ବୈଠକରେ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର ବିବରଣୀ ଉପସ୍ଥାପନ କରିଥିଲେ। ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ଯୋଗଦେଇ ବିଜେପି.. ଏନ୍ଡିଏକୁ ପରାଜିତ କରିବା ପାଇଁ ଆଇଏନଡିଆଇଏ ମେଣ୍ଟ କୁ ଶକ୍ତିଶାଳୀ ଓ ବିଜୟ ମଣ୍ଡିତ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜୋନ ଓ ଜିଲ୍ଲା କମିଟି ପକ୍ଷରୁ ବଳରାମ ମହାନ୍ତ, ହୃଷିକେଶ ସାହୁ, ରଥ ସିଂ, ପରମେଶ୍ବର ମହାନ୍ତ, ନାରାୟଣ ଟୁଡୁ, ବଳରାମ ମୁର୍ମୁ, ଶୁକଦେବ ସିଂ, ରଣଜିତ୍ କର,ବଲେଇ ସିଂ, ହେମନ୍ତ ସିଂ, ଶତୃଘ୍ନ ନାଏକ,ବଗଳ ସିଂ,କି ସିଂ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।