Onn 3

ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଜରୁରୀ ବୈଠକ

State

ନିଶ୍ଚିନ୍ତକୋଇଲି : ସାଲେପୁର ଜୋନ୍ ତଥା ନିଶ୍ଚିନ୍ତକୋଇଲି,ମାହାଙ୍ଗା ଓ ସାଲେପୁର ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ସଂଘର ସଭାପତି ରଜନୀକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ରାଜ୍ୟ ସଂଘର ବୈଠକରେ କର୍ମକର୍ତ୍ତାମାନେ ଯୋଗ ଦେବା ନିମନ୍ତେ ସ୍ଥିର କରାଯାଇଥିଲା । ଏହାଛଡ଼ା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ କେନ୍ଦ୍ରୀୟ ହାରରେ ପେନସନ ଯୋଗାଇଦେବା,ବିଭିନ୍ନ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଚିକିତ୍ସା ଭତ୍ତା ଯୋଗାଇଦେବା ସହ କର୍ମଚାରୀମାନଙ୍କର ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରାଯାଇ ସରକାରଙ୍କ ଠାରେ ଦାବି ଉପସ୍ଥାପନା ପାଇଁ ନିଷ୍ପତ୍ତି ହୋଇଛି ।

ଏଥ୍‌ôରେ ଉପଦେଷ୍ଟା ଧ୍ରୁବଚରଣ ପ୍ରଧାନ, ସମ୍ପାଦକ ଗୋଲକ ଚନ୍ଦ୍ର ବାରିକ, କୈଳାସ ବଳବନ୍ତରାୟ,ଅଲେଖ ଦାସ, ମଥୁରାନନ୍ଦ ସାମଲ, ଅଲେଖ ସାହୁ, ଝରିସୁନ୍ଦର ମଲିକ,ସନାତନ ପ୍ରଧାନ, ବସନ୍ତ କୁମାର ସ୍ୱାଇଁ, ସୁବଳ ଚରଣ ମହାନ୍ତି, ଗୋପବନ୍ଧୁ ମହାନ୍ତି, ଗୋଲଖବିହାରୀ ନାୟକ, ଶିଶିର ପ୍ରଧାନ, ନାରାୟଣ ରାଉତ ପ୍ରମୁଖ ଯୋଗ ଦେଇ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।