Onn 3

ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ସଂକ୍ରାନ୍ତ ପାଠଚକ୍ର

State

ନିଶ୍ଚିନ୍ତକୋଇଲି :ନତକାଇ ସ୍ଥିତ ବଲ୍ଲଭୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରାଳୟ ଆନୁକୂଲ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଅଧ୍ୟକ୍ଷା ନିବେଦିତା ଦାସ ଙ୍କ ସଭାପତିତ୍ୱରେ ଏଥ୍‌ôରେ ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ପ୍ରଫେସର ଡ଼ଃ.ଭୁବନାନନ୍ଦ ସାହୁ ଏବଂ ସଂସ୍କୃତ ଭାଷା ସାହିତ୍ୟର ଅବସରପ୍ରାପ୍ତ ପ୍ରଫେସର ଡ଼ଃ.ପୂର୍ଣ୍ଣଚନ୍ଦ୍ର ଓଝା ଯୋଗ ଦେଇ , ଓଡ଼ିଶାର କଳା, ସଂସ୍କୃତି,ପରମ୍ପରା, ଇତିହାସ ଏବଂ ଓଡ଼ିଆ ସାହିତ୍ୟର ବିକାଶ ଓ ଭାଷାର ସୁରକ୍ଷା, ମହତ୍ୱ ,ତାତ୍ପର୍ଯ୍ୟ ଓ ଏହାର ବ୍ୟାପକ ପ୍ରଚାର ପ୍ରସାର ସଂକ୍ରାନ୍ତରେ ସାରଗର୍ଭକ ଆଲୋଚନା କରିଥିଲେ ।

ଅବକ୍ଷୟ ଭାରତ ସଂସ୍କୃତିର ପୁନଃରୁଦ୍ଧାର କରିବା ପାଇଁ ଯୁବ ସମାଜ ଆଗେଇ ଆସିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ଏଥ୍‌ôରେ ନୋଡ଼ାଲ ଅଧିକାରୀ ଅଧ୍ୟାପକ କ୍ଷିତିଶ ଭୂୟାଁ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଳାବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ସୁପ୍ରିୟା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।