Puri 1 3

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ

State

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା । ନବଯୌବନ ଦର୍ଶନ,ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଛି । ଏହାକୁ ସୂଚାରୁ ରୂପେ ସମ୍ପନ୍ନ କରିବା ଚ୍ୟାଲେଞ୍ଜ । ତେବେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ନେଇ ଅନେକ କଠୋର ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଜି ଦ୍ଵିତୀୟ ସମନ୍ୱୟ କମିଟି ବୈଠକରେ ଅନେକ ଗୁଡିଏ ବଡ଼ ନିଷ୍ପତି ଗ୍ରହଣ କରାଯାଇଛି ।

ଦୁଇ ଦିନର ରଥଯାତ୍ରାରେ କୌଣସି ଅବହେଳା ନହେବା ପ୍ରାଥମିକତା । ଆଜି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ରଥଯାତ୍ରା ସମୟରେ ପାନୀୟ ଜଳ, ରାସ୍ତାଘାଟ, ଗମନାଗମନ, ବିଦ୍ୟୁତ, ପୌରବ୍ୟବସ୍ଥା ଏବଂ ସୁରକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ରଥଟଣା ନୀତି ବିଳମ୍ବିତ ହେବା ଆଶଙ୍କା ରହିଥିବାରୁ ଉଭୟ ୭ତାରିଖ ଓ ୮ତାରିଖ ଦିନ ସମସ୍ତ ପ୍ରଶାସନିକ ବ୍ୟବସ୍ଥା ବଳବତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି । ରଥଟଣା ଦୁଇଦିନ ଧରି ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ,ଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତ ଓଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ ।