Onn 3

ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

Religion and Cult State

ଆଗରପଡ଼ା:ବନ୍ତ ବ୍ଲକ ବହୁ ଏøତିହ୍ୟ ସଂପନ୍ନ ଶୈବପୀଠକୁ ନିଜ କୋଳରେ ଧରି ଏହି ଅଞ୍ଚଳର ଗାରିମା ବୃଦ୍ଧି କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଯାହାର ଜ୍ୱଳନ୍ତ ଉଦାହରଣ ଶ୍ରାବଣ ମାସ ସୋମବାର । ଏହି ବାରରେ ବନ୍ତ ଓ ଏହାର ଆଖପାଖ ଅଞ୍ଚଳରୁ କାଉଡ଼ିଆ ମାନଙ୍କର ଭିଡ଼ଲାଗିଥାଏ ଶିବଙ୍କ ଉପରେ ଜଳଲାଗି କରିବା ପାଇଁ । ବନ୍ତ ରେ ବାବା ବରଡ଼େଶ୍ୱର, ଆଡ଼ିଆରେ ବାବା ଆରଡ଼େଶ୍ୱର, ଆଗରପଡ଼ାରେ ପୂଜାପାଉଥିବା ବିଭିନ୍ନ ଶୈବପୀଠ ଯଥା -ବିଟିପୁର ସ୍ଥିତ ଶିରିଡ଼ି ରାମେଶ୍ୱର,ଅଣିଜୋସ୍ଥିତ ସିଦ୍ଧୁକେଶ୍ୱର ମହାଦେବ, ପୁରୁଷଣ୍ଡ ସ୍ଥିତ ବାବା ପାରକେଶ୍ୱର ମହାଦେବ ଏବଂ ରାଉତୁରାପୁର-ମହାନ୍ତିପଡ଼ା-ତ୍ରିସାଲିଆ ଗ୍ରାମର ମଧ୍ୟ ସ୍ଥଳରେ ପୂଜା ପାଉଥିବା ବାବା ସୁବର୍ଣ୍ଣେଶ୍ୱର ମହାଦେବ ଆଦି ପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିରହିଥାଏ ।

ଆଗରପଡ଼ାରୁ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ବସ୍ କିଛି ଦିନ ହେବ ବନ୍ଦ ଥିବାରୁ ସୋମବାରରେ ବୋଲେରୋ, ମିନିଟ୍ରକ ଆଦିରେ କାଉଡ଼ିଆ ମାନେ ବିଭିନ୍ନ ଶୈବପୀଠ ଆଡ଼କୁ ଯାଇଥିଲେ । ଆରଡ଼ି ସ୍ଥିତ ଆଖଣ୍ଡଳମଣୀ, ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ, ପୁରୀ ସ୍ଥିତ ଲୋକନାଥ, ନୀଳଗିରି ସ୍ଥିତ ପଞ୍ଚୁଲିଙ୍ଗେଶ୍ୱର ଆଦି ଶୈବପୀଠ ଗୁଡ଼ିକୁ ଶ୍ରାବଣ ମାସର ସୋମବାରରେ ଜଳଲାଗି କରିବାକୁ କାଉଡ଼ିଆ ମାନେ ଯାଉଥିଲେ । ସେହିପରି ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ସାଳନ୍ଦୀ ନଦୀରୁ ଜଳ ଉଠାଇ ଗେରୁଆ ବସ୍ତ୍ର, କଳସ, କାଉଡ଼ି, ନଡ଼ିଆ ଓ ରଙ୍ଗ ବେରଙ୍ଗର ବସ୍ତ୍ର ପରିଧାନ କରି ବୋଲ୍ ବମ, ଜଟିଆ ବାବା ପାର କରେଗା ଧ୍ୱନି ଦେଇ ଭକ୍ତିପୂର୍ଣ୍ଣ ପରିବେଶରେ ବନ୍ତ ରେ ବାବା ବରଡ଼େଶ୍ୱର, ଆଡ଼ିଆରେ ବାବା ଆରଡ଼େଶ୍ୱର, ଆଗରପଡ଼ାରେ ପୂଜାପାଉଥିବା ବିଭିନ୍ନ ଶୈବପୀଠ ଯଥା ବିଟିପୁର ସ୍ଥିତ ଶିରିଡ଼ି ରାମେଶ୍ୱର,ଅଣିଜୋସ୍ଥିତ ସିଦ୍ଧୁକେଶ୍ୱର ମହାଦେବ, ପୁରୁଷଣ୍ଡ ସ୍ଥିତ ବାବା ପାରକେଶ୍ୱର ମହାଦେବ ଏବଂ ରାଉତୁରାପୁର-ମହାନ୍ତିପଡ଼ା-ତ୍ରିସାଲିଆ ଗ୍ରାମର ମଧ୍ୟ ସ୍ଥଳରେ ପୂଜା ପାଉଥିବା ବାବା ସୁବର୍ଣ୍ଣେଶ୍ୱର ମହାଦେବ ଆଦି ପୀଠରେ ପ୍ରଭୁଙ୍କ ପାଖକୁ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ଲାଗିରହିଥିଲା ।

କାଉଡ଼ିଆ ମାନେ ପ୍ରଭୁଙ୍କ ନାମଙ୍କୁ ସ୍ମରଣ କରି ଲକ୍ଷ୍ୟପଥରେ ଅଗ୍ରସର ହେଉଥିବାର ଭାବପୂର୍ଣ୍ଣ ପରିବେଶ ଏକ ସ୍ୱତନ୍ତ୍ର ଧାର୍ମିକ ଭାବନା ସୃଷ୍ଟି କରିବା ସହ ଓ ତାଙ୍କ ପାଇଁ ବିିଭିନ୍ନ ଗ୍ରାମର ଛକରେ ଓ ମନ୍ଦିରରେ ବିଶ୍ରାମ ନେବା ଆଦିର ସୁବିଧା କରିଥିବାର ଦେଖିବାକୁ ମିଳିଥିବାବେଳେ ଏହି ଅବସରରେ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ ଲୁଗା ଓ ଫଳଫୁଲ ଦୋକାନ ମାନଙ୍କରେ ଭିଡ଼ ଲାଗିଥିବାର ଦେଖିବାକୁ ମିଳିଛି ।